ଡିଆରଡିଏ ସମୀକ୍ଷା ବୈଠକ

0
97

ଛତ୍ରପୁର,(ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଡିଆରଡିଏର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏମନରେଗା ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ବା ବିକାଶ ମୂଳକ କାର୍ଯ୍ୟ ସମସ୍ତ ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷରେ ଲକ୍ଷ୍ୟ ରହିଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଏକ ଉତ୍ତମ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କରି ସ୍ୱଚ୍ଛ ଭାରତ ମିସନ୍ରେ ଜିଲ୍ଲାରେ ଶୌଚାଳୟ ନିର୍ମାଣ ଏବଂ ସେଥିପାଇଁ ଅନୁଦାନ ପ୍ରଦାନ କରିବା ଯୋଜନା ଶେଷ ହୋଇଯିବ । ଜିଲ୍ଲାରେ ଏବ ସୁଦ୍ଧା ୩୭୭୪ ଟି ପାଇଖାନାର ଆଦୌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାକୁ ଅକ୍ଟୋବର ୨ ତାରିଖ ମଧ୍ୟରେ ସଂପୂର୍ଣ୍ଣ ନ କରାଗଲେ ଆହୁ ସେମାନଙ୍କୁ ଏହି ବାବଦରେ ଅର୍ଥ ପ୍ରଦାନ କରାଯାଇ ପାରିବନାହିଁ । ସେହିପରି ଜିଲ୍ଲାରେ ବାକି ରହିଥିବା ୧ ଲକ୍ଷ ୬ ହଜାର ୩୪୪ ଜଣ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଅନୁଦାନକୁ ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ପ୍ରତି ପଞ୍ଚାୟତରେ ନଳକୂପ ଗୁଡିକ ପ୍ଲାଟ୍ ଫର୍ମ ଗୁଡିକ ଉଚା କରି କରାଯିବ । ଏଥିପାଇଁ ପଞ୍ଚାୟତ ଅନୁଦାନରୁ ଖର୍ଚ୍ଚ କରାଯିବ । ଏଥିରେ କେତେକ ବିଡିଓମାନେ ଅଭିଯୋଗ କରିଥିଲେ ଯେ, ପଞ୍ଚାୟତ ଅନୁଦାନର ୩୦ ପ୍ରତିଶତ ପାନୀୟ ଜଳ ବାବଦରେ ଖର୍ଚ୍ଚ କରିବାକୁ ଧାର୍ଯ୍ୟ ରହିଥିଲେ ସରପଞ୍ଚମାନେ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏଥିରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଯେଉଁ ସରପଞ୍ଚମାନେ ଏହି କାର୍ଯ୍ୟରେ ସହଯୋଗ କରୁନାହାନ୍ତି ସେହି ପଞ୍ଚାୟତ ଗୁଡିକର ତାଲିକା ପ୍ରଦାନ କରିବା ପାଇଁ କହିଛନ୍ତି । ଜିଲ୍ଲାରେ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ଶ୍ରମ ଦିବସ ସୃଷ୍ଟି ଦିଗରେ ପଦକ୍ଷେପ ନିଆଯିବ । ଏକକୋଟି ୨୦ଲକ୍ଷ ଶ୍ରମ ଦିବସ ସ୍ୃଷ୍ଟି କରିବା ଲକ୍ଷ୍ୟ ମଧ୍ୟରୁ ଏବେ ସୁଦ୍ଧା ୩୭ ଲକ୍ଷ ୧୬ ହଜାର ୩୩ ଶ୍ରମ ଦିବସ ସ୍ୃଷ୍ଟି ହୋଇପାରିଛି ।

ପପରିବର୍ଦ୍ଧିତ ଶ୍ରମ ବଜେଟ୍ ନିମୟ ଅନୁସାରେ ଏମନରେଗା ଯୋଜନାରେ ଶ୍ରମ ଦିବସ ଓ ପ୍ରକଳ୍ପ ଗୁଡିକ ଲକ୍ଷ୍ୟ ଧାର୍ଯ୍ୟ ନିମନ୍ତେ ପଞ୍ଚାୟତସ୍ତରରେ ହିତାଧିକାରୀମାନଙ୍କ ଜବ୍ କାର୍ଡ , ବ୍ୟକ୍ତିଗତ ପ୍ରକଳ୍ପ ଏବଂ ଗୋଷ୍ଠୀଗତ ପ୍ରକଳ୍ପ ପାଇଁ ପ୍ଲାନ୍ ପ୍ରସ୍ତୁତ କରାଯିବ । ସେହିପରି ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଁଏ ଆଦର୍ଶ ପୋଖରୀ, ଆଦର୍ଶ ଲାଇବ୍ରେରୀ, ଆଦର୍ଶ ଖେଳପଡିଆ ଏବଂ ଚାରା ନର୍ସରୀ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଚାରା ନର୍ସରୀରେ ୧୦ ହଜାରୁ ଅଧିକା ଚାରା ରୋପଣ କରାଯିବା ସହିତ ସେଥିରୁ ଲେମ୍ବୁ ଓ ଆତ ଜାତୀୟ ଚାରା ପ୍ରାୟ ୫ ହଜାର ସଂଖ୍ୟା ରହିବାକୁ ହେବ । ଉଦ୍ୟାନ ବିଭାଗ ସହିତ ସମନ୍ୱୟ ରଖି ଚାରା ନର୍ସରୀରେ ଫଳ ଜାତୀୟ ଏବଂ ଛାୟି ଜାତୀୟ ଚାରା ରୋପଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା ରହିବ । ପ୍ରତି ଗାଁରେ ଘରକୁ ଘର ପାଇପ୍ ଲାଇନ୍ରେ ଜଳ ଯୋଗାଣର ସ୍ଥିତି ସଂପର୍କିତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି । ପ୍ରତି ଗାଁକୁ ଗମନାଗମନ ପାଇଁ ରାସ୍ତାର ଉତ୍ତମ ବ୍ୟବସ୍ଥା କରାଯିବ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଚଳିତ ବର୍ଷରେ ୨୦୫୮୮ ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରହିଛି । ସେଥିରୁ ୨୩୭୪ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବାକି ପ୍ରକଳ୍ପ କାର୍ଯ୍ୟକୁ ଜାନୁୟାରୀ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଘରେ ସୋ ଫିଟ୍ ତଥା ରିଜାର୍ଜ ଫିଟ୍ କରିବାକୁ କୁହାଯାଇଛି । ଗୃହ ନିର୍ମାଣ ଶେଷ କରିଥିବା ହିତାଧିକାରୀଙ୍କୁ ୯୫ ଦିନର ମଜୁରୀ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସହଯୋଗ ଯୋଗାଇ ଦିଆଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀ ନାରାୟଣ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ଓଏସ୍ଡି ବି.ସୁରିବାବୁ ପାତ୍ର, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସୌମ୍ୟରଞ୍ଜନ ହୋତାଙ୍କ ସମେତ ସମସ୍ତ ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here