ଟ୍ରେନ ଧକ୍କା ରେ ୧୦୦ ରୁ ଉର୍ଧ୍ଵ ଛେଳିଙ୍କ ମୃତୁ

0
132

ଖଲ୍ଲିକୋଟ (ଓବି ନ୍ୟୁଜ୍)(ବିଭୁତି ଭୁଷଣ ତ୍ରିପାଠୀ) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଅଜ୍ଝଲପୁର ର ଗୋରାପଲ୍ଲୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଈନ ରେ ୧୦୦ ରୁ ଉର୍ଧ ଛେଳି ଓ ମେଣ୍ଢା ଫାଲକୋନାମା ଟ୍ରେନ ଚକା ତଳେ ଚାପି ହୋଇ ମୃତୁ ବରଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ଅପରାହ୍ନ ୪ ଘାନ୍ତିକ ସମୟରେ ଗୋରାପଲ୍ଲୀ ଗ୍ରାମର ଜି ଗଣପତି ପାତ୍ର ଓ ଏସ ଭରତ ପାତ୍ର ଗ୍ରାମର ଛେଳି ଗୋଠକୁ ନେଇ ଗ୍ରାମର ଦକ୍ଷିଣ ପଟେ ଛେଳି ଚରାଉଥିଲେ । ତେବେ ହାବଡା ଠାରୁ ହାଇଦ୍ରାବାଦ ଯାଉଥିବା ଦ୍ରୁତଗାମୀ ଫାଲକୋନାମା ଟ୍ରେନ ମାଡିଆସୁଥିବା ବେଳେ ଛେଳି ଗୋଠ ରେ ଥିବା ମେଣ୍ଢା ଓ ଛେଳି ମାନେ ବିଚଳିତ ହୋଇ ଟ୍ରେନ ଲାଇନ ଅତିକ୍ରମ କରୁଥିଲେ । ଇତିମଧ୍ୟରେ ଟ୍ରେନ ର ଚକା ତଳେ ୧୦୦ ରୁ ଉର୍ଧ ଛେଳି ଚାପି ହୋଇ ମୃତୁ ବରଣ କରିଥିଲେ । ପ୍ରକାଶ ଥାଉକି ଗୋଲା ସମ୍ପ୍ରଦାୟ ର ଗରିବ ଲୋକ ମାନେ ଛେଳି ଓ ମେଣ୍ଢା ପୋସି ପରିବାର ପ୍ରତିପୋଷଣ କରୁଥିବା ବେଳେ ଉକ୍ତ ଦୁର୍ଘଟଣା ସେମାନଙ୍କ ର ଆର୍ଥିକ ମାନଦଣ୍ଡ ଉପରେ ଚାପ ସୃଷ୍ଟି କରିବା ସହ ମର୍ମାହତ ହୋଇପଡିଛନ୍ତି । ତେଣୁ ଉକ୍ତ ଗୋଲା ସମ୍ପ୍ରଦାୟ ର ଲୋକ ମାନେ ଆସନ୍ତାକାଲି ଦକ୍ଷିଣ ପୂର୍ବ ରେଳ ପଥ ର କତୃପକ୍ଷ ଓ ଗଂଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କ୍ଷତିପୂରଣ ଦାବି କରିବେବୋଲି ପ୍ରକାଶ କରିଛନ୍ତି । ତେବେ ଗୋରପଲ୍ଲୀ ଗ୍ରାମର ଦକ୍ଷିଣ ରେ ରେଳପଥ ଓ ପୂର୍ବପଟେ ୧୬ ନମ୍ବର ଜାତୀୟ ରାଜପଥ ଥିବାରୁ ଗୃହପାଳିତ ପଶୁ ଓ ଛେଳି ମେଣ୍ଢା ଚଳପ୍ରଚଳ ନେଇ ଅସୁବିଧା ଲାଗିରହିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here