ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) ; ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବ୍ରହ୍ମପୁର ମହାନଗର ନିଗମ ସମ୍ପର୍କିତ ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସର ରେ ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଡେପୁଟି କମିଶନର ଶ୍ରୀ ରାଉତ ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ମାସକ ଭିତରେ ସଫା ନାମକ ଏକ ଆପ୍ କାର୍ଯ୍ୟକାରୀ ହେବ । ଯାହା ମାଧ୍ୟମରେ ଲୋକମାନେ ନିଜ ଅଂଚଳର ଅଳିଆ ଆବର୍ଜନା ଉଠାଇବା ପାଇଁ ସେ ଆପ୍ ମାଧ୍ୟମରେ ବିଏମସି ସହ ଯୋଗାଯୋଗ କରି ପାରିବେ । ମାସକୁ ୫୦ ଟଙ୍କା ପ୍ରତି ଘରକୁ ଟିକସ ଆକାରରେ ଦେବାକୁ ପଡିବ । କୌଣସି ସ୍ଥାନରେ ଅଳିଆ ଆବର୍ଜନା ପଡିଥିଲେ ତାହା ଉଠାଇବା ପାଇଁ ଏବଂ ରାସ୍ତା ଓ ନାଳର ମଇଳା ସଫା କରିବା ପାଇଁ ବିଏମସି ୨୪ ଘଣ୍ଟା ମଧ୍ୟରେ ପଦକ୍ଷେପ ନେବ ।