ଭୁବନେଶ୍ୱର (ଓବି ନ୍ୟୁଜ) ; ଓଡିଶାର ରାଜଧାନୀ ରେ ଥିବା ରେଳ ଷ୍ଟେସନ ର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରେଳ ବିଭାଗ ଓ ଓଡିଶା ସରକାରଙ୍କ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଉଦ୍ୟେଗ ଭବନ ଠାରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଦା ରୋଡ ରେଳ ମଣ୍ଡଳ ର ପ୍ରବନ୍ଧକ ଶଶୀକାନ୍ତ ସିଂହ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ର ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ର ରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ରେଳ ମନ୍ତ୍ରୀ ପିୟୁଶ ଗୋଏଲ୍ , ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଳବାଇ ବୋଡ ଇଂଜିନିୟରିଂ ସଦସ୍ୟ ବିଶେଷ୍ ଚୌବେ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଙ୍କ ସହିତ ରାଜ୍ୟ ସରକାରଙ୍କ ବହୁ ଅଧିକ।ରୀ ଉପସ୍ଥିତ ଥିଲେ । ଭୁବନେଶ୍ୱର ଲୋକସଭା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ବିକାଶ ପାଇଁ ୭୦ କୋଟି ଟଙ୍କା ବ୍ୟୟ ରେଳ ବିଭାଗ ଖର୍ଚ୍ଚ କରିବାକୁ ଥିବା ବେଳେ ରାଜ୍ୟ ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିରେ ନୂତନ କୋଠାଘର ପ୍ଲାଟଫର୍ମ ଓଭରବ୍ରିଜର ସଂପ୍ରସାରଣ କରାଯିବ ।