ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ପବିତ୍ର ରଥଯାତ୍ରା ରେ ଜଗନ୍ନାଥ ଧ୍ୱନି ରେ ଗଞ୍ଜାମ ସହର ଉତ୍ସବ ମୁଖର ହୋଇଉଠିଥିବା ଦେଖିବା କୁ ମିଳିଛି । ଏହି ଅବସରରେ ସହର ର ବଡବଜାର ଠାରେ ରହିଥିବା ଜଗନ୍ନାଥ ମନ୍ଦିର ରୁ ବଳିଆ ର ଭୁଜ ବଳଭଦ୍ର,ଜଗତର ନାଥ ଜଗନ୍ନାଥ ଓ ଭଗ୍ନୀ ସୁଭଦ୍ରା ଙ୍କୁ ସେବାୟତ ମାନେ ମନ୍ଦିର ମଧ୍ୟରୁ ରଥ ମଧ୍ୟକୁ ପହଣ୍ଡି ବିଜେ କରାଇଥିଲେ । ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଧ୍ୱନି ସାଙ୍ଗକୁ ଘଣ୍ଟ, ତୁରୀ,ମହୁରୀ,ଗିନୀ ମୃଦଙ୍ଗ ବାଦ୍ୟ ବାଜଣା ରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇପଡିଥିଲା । ଅପରାହ୍ନ ରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ରଥ ଦଉଡି ଟାଣି ଠାକୁର ମାନଙ୍କୁ ତ୍ରିବେଣି ମଠ ଛକ ନିକଟସ୍ଥ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ରଥ ଟଣା ଶେଷ ହେବା ପରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଦର୍ଶନ କରିଥିଲେ । ସେହିପରି ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର,ଧର୍ମଶାଳା ଜଗନ୍ନାଥ ମନ୍ଦିର ଓ ଚୌଧୁରୀ ସାହି ଥରେ ମଧ୍ୟ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାହାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।