ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ସେବା ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ କେ.ଏସ.ୟୁ. ବି କଲେଜ ରେ ଏନ୍. ସି.ସି ଆର୍ମି ୱିଙ୍ଗ, ନେଭାଲ ୱିଙ୍ଗ, ଯୁବ ରେଡକ୍ରସ, ଏନ୍.ଏସ.ଏସ, ୟୁ.ବି ହାଇସ୍କୁଲର ନେଭାଲ ୱିଙ୍ଗ ଓ ଆଇ.ଆର.ବି.ଏନ୍ କର୍ମଚାରୀ ମାନଙ୍କୁ ନେଇ ସ୍ଵଛ ଭାରତ ଅଭିଯାନ ସମ୍ପର୍କରେ ସଚେତନତାକୁ ନେଇ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି କଲେଜ ପରିସରରୁ ଅଳିଆ ଆବର୍ଜନା ସଫା କରିଥିଲେ । ଏହାକୁ କଲେଜ ଅଧ୍ୟକ୍ଷ ଡ଼. ନୀଳାଞ୍ଚଳ ମୁନୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏକ ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତା ନିହାତି ଜରୁରୀ ଅଟେ, ତେଣୁ ସମସ୍ତେ ଆମ ଚାରିପଟେ ଥିବା ପରିବେଶକୁ ସଫା ରଖିବା ଆବଶ୍ୟକ ବୋଲି ଅଧ୍ୟକ୍ଷ ଶ୍ରୀ ମୁନୀ କହିଥିଲେ । ଏଥିରେ ନେଭାଲ ଏ.ନ୍.ଓ ଡ଼. ଆର.କେ ମିଶ୍ର, ଆର୍ମି ୱିଙ୍ଗର ରଜନୀ କାନ୍ତ ତ୍ରିପାଠୀ, ୟୁ.ବି ହାଇସ୍କୁଲ ପି.ଓ କେଦାର ନାଥ ସେଠି, ସୂବେଦାର ବିଜୟ କହଁର, ସୁବାଷ ଚନ୍ଦ୍ର ପ୍ରଧାନ, ଆର.କେ ଦାଶ, ବି.ବି ପାଣିଗ୍ରାହୀ, ଡ଼. ବି.ସି ଦାଶ, ଡ଼. ଆର. ଏନ୍ ପାଳ ଓ ସମସ୍ତ କ୍ୟାଡେଟ ଓ ଅନ୍ୟମାନେ ସହଯୋଗ କରିଥିଲେ ।