
ମାଲକାନଗିରି (ଓବି ନ୍ୟୁଜ)(ଏମ.ଚନ୍ଦ୍ର ରାଓ): ମାଲକାନଗିରି ଯନ୍ତାପାଇ ଠାରେ ସାପ୍ତାହିକ ହାଟ ବନ୍ଦ ସହ ୧୪୪ ଜାରି କରାଯାଇଛି । ଗତ ୧୫ ତାରିଖରେ ରାଜୁ ହନ୍ତାଳ ନାମକ ବ୍ୟକ୍ତିକୁ ବିଏସଏଫ ଯବାନ ହତ୍ୟା କରିଥିବା ଅଭିଯୋଗ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ପୋଲିସ ଉପରକୁ ଲୋକେ ଆକ୍ରମଣ କରିଥିଲେ । ଅଞ୍ଚଳରେ ଆନ୍ଧ୍ର ଓ ଓଡିଶା ର ବହୁ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଠୁଳ ହେଉଥିବା ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ହାଟ ବନ୍ଦ କରିବା ସହ ପୋଲିସ ଫୋର୍ସଙ୍କୁ ହାଇ ଅଲର୍ଟ ରେ ରଖା ଯାଇଛି । ଅଞ୍ଚଳରେ ଲୋକଙ୍କ ଉପରେ ନଜର ରଖିବାକୁ ଡ୍ରନ କ୍ୟାମେରା ମଧ୍ୟ ବ୍ୟବହାର କରାଯାଇଛି ।