ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର

0
33

କଟକ (ଓବି ନ୍ୟୁଜ)(ଜଗନ୍ନାଥ ମହାନ୍ତି): ଆକ୍ସନ ମୁଡ ରେ କଂଗ୍ରେସ । ଡିସିପି ଅଖିଳେସ୍ୱର ସିଂ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟ।ନୁଷ୍ଠାନ ଦାବି କରି ସହର ର ସମସ୍ତ ଥାନାରେ ପୋଲିସ କମିଶନରଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଛି ନଗର କଂଗ୍ରେସ । ତେବେ ଖୁବ ଶୀଘ୍ର ଏହି ନିନ୍ଦନୀୟ ଘଟଣା ଉପରେ ପୋଲିସ କମିଶନର ଦୃଢ଼ କାର୍ଯ୍ୟ।ନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ଦଳ । ତେବେ ସୂଚନାଯୋଗ୍ୟ , କମିଶନରେଟ ପୋଲିସ ପକ୍ଷରୁ ଡକାଯାଇଥିବା ଦୁର୍ଗାପୂଜା ବୈଠକ ରେ ମୁକିମ ଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହା ଫଳରେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଛକ ଛକରେ କଂଗ୍ରେସ କର୍ମୀ ପୋଡା ଜଳା କରିଥିଲେ । ତେବେ ବିଧାୟକ ମହମ୍ମଦ ମୋକିମ ଙ୍କୁ ଅଣଦେଖା ପାଇଁ ସହରରେ ଏପରି ଅବସ୍ଥା ମୁଣ୍ଡ ଟେକିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ତେବେ ଏହି ନୀତି କଟକ ର ଭାଇଚାରା ଉପରେ ପ୍ରଶ୍ନ ଉଠାଇ ଦେଇଛି । ଆଉ ଖୁବ ଶୀଘ୍ର ଡିସିପିଙ୍କ ବିରୁଦ୍ଧରେ କାର୍ଯ୍ୟ।ନୁଷ୍ଠାନ ଦାବି କରିଛି ନଗର କଂଗ୍ରେସ ।

LEAVE A REPLY

Please enter your comment!
Please enter your name here