ଜି.ଆଇ.ଇଟି ବିଶ୍ୱବିଦ୍ୟାଳୟରେ ଦୁଇଦିନ ଜାତୀୟ କର୍ମଶାଳା

0
49

ଗୁଣୁପୁର (ଓବି ନ୍ୟୁଜ)(ସୁରେନ୍ଦ୍ର ମହାନ୍ତି): ସ୍ଥାନୀୟ ଜି.ଆଇ.ଇଟି ବିଶ୍ୱବିଦ୍ୟାଳୟ ପରିସରରେ ଇଲେକ୍ଟ୍ରୋନିକ ଏବଂ ଇଲେକ୍ଟ୍ରିକାଲ ଇଂଜିନିୟର ବିଭାଗ ପକ୍ଷରୁ “ଆପ୍ଲିକେସନ ଅଫ୍ ପାୱାର ଇଲେକ୍ଟ୍ରୋନି ଏଣ୍ଡ ଡ୍ରାଇଭସ ୟୁଜିଙ୍ଗ ମେଟଲବ”ସମ୍ପର୍କରେ ଦୁଇଦିନିଆ ଜାତୀୟ ସ୍ତରରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନ କର୍ମଶାଳାରେ ଏନ.ଆଇ.ଟି ରାଉଲକେଲାର ଇଲେକ୍ଟ୍ରିକାଲ ଇଞ୍ଜିନିୟର ବିଭାଗର ପ୍ରଫେସର ଡଃ କେ.ବି.ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଟଲବ ସଫ୍ଟୱେରକୁ ବ୍ୟବହାର ଗବେଷଣା ଓ ପରିକଳ୍ପନା କ୍ଷେତ୍ରରେ ପ୍ରଗତି କରିବାର ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିବା ସହ ସେ ଦୁଇ ଦିନ ଥର ଏହି ମେଟଲବ ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ପ୍ରଶିକ୍ଷଣ ଦେବେ ବୋଲି କହିଥିଲେ। ସମାନିୟ ଅତିଥି ଭାବେ ପ୍ରିନ୍ସିପାଲ ଡଃ କେ.ସେନଥିଲ କୁମାର ଯୋଗ ଦେଇ ମେଟଲବ ରୋ ବିଗତ ଦିନରେ କାର୍ଯ୍ୟକାରୀତା ଏବଂ ବର୍ତ୍ତମାନ ଯୁଗର ତାହାର କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ମେଟଲବ ପାଠ୍ୟକ୍ରମରେ ଦକ୍ଷତା ହାସଲ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭାଗର ମୁଖ୍ୟ ପ୍ରଫେସର ଜି.ଆର.କେଡି ସତ୍ୟପ୍ରକାଶ କର୍ମଶାଳା ବିଷୟରେ କହିଥିଲେ। ପ୍ରଫେସର ପ୍ରତାପ କୁମାର ପାଣିଗ୍ରାହୀ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିବା ବେତନ ବିଭାଗ ସହକାରୀ ମୁଖ୍ୟ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here