ଭାରତୀୟ ଜନତା ପାର୍ଟିର ସାଂଗଠନିକ ସଭା

0
60

ଦିଗପହଣ୍ଡି (ଓବି ନ୍ୟୁଜ)(ଶିବପ୍ରସାଦ ରଥ): ଦିଗପହଣ୍ଡି ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସାଂଗଠନିକ ସଭା ଭାଜପା ନାରୀ ନେତ୍ରୀ ତଥା ବିଧାୟକା ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ସଭା ମଞ୍ଚରେ ରାଜ୍ୟ ପଦାଧୀକାରୀ ତଥା ଗଞ୍ଜାମ ଜିଲ୍ଲ ଏଡିଆରଓ ପ୍ରତାପ ମିଶ୍ର,ରାଜ୍ୟସାଧାରଣ ସଂପାଦକ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଯୋଗଦେଇ ସାଂଗଠନିକ ନିର୍ବାଚନର ବିଧିବ୍ୟବସ୍ଥା ଗୁଡିକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଜିଲ୍ଲା ପଦାଧିକାରୀ ରାଜେଶ ସାହୁ ଏବଂ ରବି ସାହୁ ଉପସ୍ଥିତ ରହି ସଦସ୍ୟତା ଅଭିବୃଦ୍ଧିର କୌଶଳକୁ ଆଲୋଚନା କରିଥିଲେ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବି ସୂର୍ଯ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବହୁ ମଣ୍ଡଳ ସଭାପତି ସହ ଶତାଧିକ କର୍ମୀ ଯୋଦଦାନ ଦେଇ ଉଦ୍ଦେଶ୍ୟକୁ ଫଳପ୍ରଦ ପାଇଁ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବାପି ପ୍ରଧାନ,ସୀମାଞ୍ଚଳ ପାଣିଗ୍ରାହୀ,ରବୀନ୍ଦ୍ର ବରାଡ, ରବିରଣା,ରାମପ୍ରଧାନ,ଆଇନଜୀବି କୁଞ୍ଜବିହାରୀ ପଣ୍ଡା, ଶିବରାମପାତ୍ର, ପ୍ରମୂଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here