ଶନିଶ୍ଚର ଓ ମା ନାରାୟଣୀ ମନ୍ଦିର ର ବାର୍ଷିକ ଉତ୍ସବ ।

0
46

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ସହର ସ୍ଥିତ ସାନ ବଜାର ଠାରେ ରହିଥିବା ଶନିଶ୍ଚର ଓ ମା ନାରାୟଣୀ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଅନ୍ନଯଜ୍ଞ,ଘୃତଯଜ୍ଞ, ସହ ସାଂସ୍କୃତିକ କାର‌୍ୟ୍ୟକ୍ରମ ଗାହାଣୀ ଆୟୋଜିତ ହୋଇଥିଲା । ଆୟୋଜିତ ଦେବ କାର୍ଯ୍ୟ ରେ ପଣ୍ଡିତ ପ୍ରସନ୍ନ କୁମାର ଶତପଥୀ,ସୀମାଞ୍ଚଳ ଶତପଥୀ, ଓ ତିରୁପତି ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କର୍ମକାଣ୍ଡ ଅଧ୍ୟୟନ ସମାପ୍ତ କରିଥିବା ସଂସୃତ ପଣ୍ଡିତ ଅଜିତ କୁମାର ଶତପଥୀ ପୌରହିତ କରିଥିବା ବେଳେ ସୁରେଶ ମହାପାତ୍ର ଙ୍କ ସହ ସହଧର୍ମିଣୀ ନର୍ମଦା ମହାପାତ୍ର କର୍ତ୍ତା ଭାବେ ଯୋଗଦେଇ ଦେବକାର୍ଯ୍ୟ ସମ୍ପନ୍ନ କରିଥିଲେ । ମନ୍ଦିର ପରିଚାଳନା କମିଟି ଦେବ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here