ଜି. ଉଦୟଗିରି ରେ ଘୋଷଯାତ୍ର ପାଳନ ।

0
45

ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ପାଢୀ) ; ଜି.ଉଦୟଗିରି ରେ ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହା ସମାରୋହରେ ପାଳନ ହୋଇଯାଇଛି । ସଭାପତି ବିନୋଦ ବିହାରୀ ଦାସ,ସମ୍ପାଦକ ରାଜେନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ପ୍ରକାଶ ଦାସ ଓ ଅନ୍ୟାନ୍ୟ କମିଟି ସଭ୍ୟଙ୍କ ନେତୃତ୍ୱ ରେ ରଥ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯାତ୍ରାରେ କେ.ରାମାରାଓ ପାତ୍ର ଗଜପତି ରାଜାଙ୍କ ଭୂମିକା ନିର୍ବାହ କରି ସମ୍ମାନ ର ସହ ଛେରାପହଁରା କରିଥିଲେ । ସ୍ଥାନୀୟ ଜୟଗୁରୁ ସମିତି ଦ୍ବାରା ଟାହିଆ ଯୋଗାଇ ଦିଆଯାଇଥିଲା । ମହାପ୍ରଭୁ ଶ୍ରୀ ବଳଭଦ୍ର,ବଡ଼ଠାକୁର ଶ୍ରୀ ଜଗନ୍ନାଥ,ମା ସୁଭଦ୍ରା ଙ୍କୁ ପହଣ୍ଡି ସହ ରଥ ରେ ବିଜେ ଓ ମାଉସୀ ମା ଘରେ ପହଞ୍ଚିବା କାମରେ ଜି.ଉଦୟଗିରି ବ୍ରାହ୍ମଣ ସମାଜର ଯୁବ ସଙ୍ଗଠନ ପର୍ଶୁରାମ ବାହିନୀ ସହାୟତା କରିଥିଲେ । ପୋଲିସ୍ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଯାତ୍ରା ରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଓ ଗ୍ରାମବାସୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here