ପାତ୍ରପୁର (ଓବି ନ୍ୟୁଜ) : ପାତ୍ରପୁର ବ୍ଲକ ସ୍ଥିତ ଜରଡା ଗଡ଼ରେ ବହୁ ଆଡମ୍ବର ର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଜରଡ଼ା ଜଗନ୍ନାଥଙ୍କ ରଥଯାତ୍ରା ଟିକେ ନିଆରା କାରଣ ଏଠାରେ ନିଜେ ପାର୍ଥସରଥୀ (ଶ୍ରୀକୃଷ୍ଣ) ଜଗନ୍ନାଥ ଙ୍କ ରଥ ର ସାରଥୀ ଅଟନ୍ତି । ପାର୍ଥସରଥୀ ଙ୍କ ଅପାର ମହିମା ଲାଗି ଜରଡ଼ା ଜଗନ୍ନାଥ ମନ୍ଦିର କୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି ଲୋକେ କୁହନ୍ତି । ଆଜିର ଘୋଷଯାତ୍ରା ରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶ ର ପ୍ରାୟ ୩୦,୦୦୦ ଶ୍ରଦ୍ଧାଳୁ ସମାଗମ ହୋଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ, ମନ୍ଦିର କମିଟି, ସ୍ଥାନୀୟ ସ୍ବେଚ୍ଛାସେବୀ, କଲେଜ ଛାତ୍ର ଛାତ୍ରୀ, ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।