ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଲାବ୍ରୋଟାରୀ ଆସିଷ୍ଟାଂଟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ କଲେଜ ଛାତ୍ର କୋର୍ଟଚାଲାଣ

0
77

ଗଂଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା): ରମ୍ଭା ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଲାବ୍ରୋଟାରୀ ଆସିଷ୍ଟାଂଟ ଅଶ୍ୱିନୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଏ ନେଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଆ ଗ୍ରାମର ଦନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ଏଚ.ବୁରୁଡ଼ି ଗ୍ରାମର +୩ ଅଧ୍ୟୟନ କରୁଥିବା ଛାତ୍ର ପ୍ରଦୀପ କୁମାର ନାହାକ (୧୮)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ରମ୍ଭା ଥାନାରେ ଏକ ପ୍ରେସମିଟରେ ଏସଡିପିଓ ଉକ୍ରଳ କେଶରୀ ଦାସ ସୂଚନା ପ୍ରସାଦ କରିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଏକ ମୋଟା କାଠଦଣ୍ଡାକୁ ପୁଲିସ ନିକଟସ୍ଥ ଳେ ଓଭରବ୍ରିଜ ନିକଟରୁ ଜବତ କରିଥିବାବେଳେ ହତ୍ୟାର ଶିକାର ହୋଇଥିବା ଅଶ୍ୱିନୀ ମିଶ୍ରଙ୍କ ମୋବାଇଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଅବସ୍ଥାରେ ସଦା ଢାବା ନିକଟରୁ ଜବତ କରିଥିଲା ପୁଲିସ । ସୂଚନାଥାଉକି ଗତ ୨୯ ତାରିଖ ବିଳମ୍ବିତ ରାତ୍ରରେ ଅଶ୍ୱିନୀ ସ୍ଥାନୀୟ ଏକ ଢାବାରେ ଖାଉଥିବା ଲୋକେ ଦେଖୁଥିବାବେଳେ ୩୦ ତାରିଖ ସକାଳେ ତାଙ୍କ ମୃତ ଦେହ ରମ୍ଭା ବିରୁଳିଗଡ଼ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତକଙ୍କ ଭାଇ ତାଙ୍କୁ ହତ୍ୟା କରାଯାଇଥିବା ନେଇ ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଏସଡିପିଓ ଶ୍ରୀ ଦାସ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ ହତ୍ୟକାଣ୍ଡର ତଦନ୍ତ କରିଥିଲେ । ଅଶ୍ୱିନୀ ପାନ୍ଥନିବାସ ନିକଟରେ ରହୁଥିବାବେଳେ ଦନାର୍ଦ୍ଦନ ଜଣେ ରକ୍ଷିତା ସ୍ତ୍ରୀଙ୍କୁ ନେଇ ପଡ଼ିଶା ଘରେ ରହୁଥିଲେ । ଏକ ମାସ ପୂର୍ବରୁ ରକ୍ଷିତା ଜଣଙ୍କ ସହ ଅଶ୍ୱିନୀ ଦୁଷ୍କର୍ମ କରିବା ଅଭିଯୋଗକୁ ନେଇ ଅଶ୍ୱିନୀ ଓ ଦନାର୍ଦ୍ଦନ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଥାନାରେ ମାମଲା ହୋଇଥିଲା । ଯାହାକୁ ନେଇ ଦନାର୍ଦ୍ଦନ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ସୁଯୋଗ ଖୋଜୁଥିଲା । ଛାତ୍ର ପ୍ରଦୀପକୁ ହତ୍ୟାକାଣ୍ଡରେ ସହଯୋଗ କରିବା ପାଇଁ ମୋଟା ଅଙ୍କର ଅର୍ଥ ଦେବି କହି ୨୯ ତାରିଖ ରାତ୍ରରେ ଏକ ଝିଅକୁ ଅଣାଯାଇଛି ତାକୁ ଉପଭୋଗ କରିବାକୁ ପ୍ରଦୀପ ରାତ୍ରରେ ଅଶ୍ୱିନୀକୁ ଫୋନ କରିଥିଲା । ଅଶ୍ୱିନୀ ଫୋନ କଲ ପାଇ ଢାବାରେ ଖାଇବା ପରେ ଅଶ୍ୱିନୀ ନିଜ ବୁଲେଟରେ ବିରୁଳିଗଡ଼ ରାସ୍ତାକୁ ଯାଇଥିଲା । ଅଶ୍ୱିନୀକୁ ହତ୍ୟା କରିବା ପାଇଁ ପୂର୍ବରୁ ଅପେକ୍ଷା କରିଥିବା ଦନାର୍ଦ୍ଦନ ଓ ପ୍ରଦୀପ ଏକ ମୋଟା ବାଡ଼ି ସାହାଯ୍ୟରେ ଅଶ୍ୱିନୀକୁ ହତ୍ୟା କରି ଫେରାର ଥିଲେ । ପୁଲିସ ଅଶ୍ୱିନୀର ଫୋନ କଲକୁ ଆଧାର କରି ଟ୍ରାକିଂ କରିବା ସହ ପ୍ରଦୀପକୁ ଏଚ.ବୁରୁଡ଼ି ଗ୍ରାମରୁ ଧରିବା ପରେ ହତ୍ୟାକାଣ୍ଡର ସମସ୍ତ ରହସ୍ୟ ପଦାକୁ ଆସିଥିଲା । ଏ ନେଇ ପୁଲିସ ପକ୍ଷରୁ କେସ୍ ନଂ ୧୨୭/୧୯ ରୁଜୁ କରାଯାଇଥିବାବେଳେ ଦଫା ୩୦୨ ଆଇପିଏସରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here