ପ୍ରଥମ ପୌରାଣିକ ନାଟକ ବେଲାଳସେନ ମଂଚସ୍ଥ

    0
    42

    ବ୍ରହ୍ମପୁର (ଓବି ନ୍ୟୁଜ): ସ୍ଥାନୀୟ ପ୍ରକାଶମ ହଲଠାରେ ମଂଚଜ୍ୟୋତି ଏବଂ ସଂସାର ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟର ପ୍ରଥମ ରାଜ୍ୟସ୍ତରୀୟ ପୌରାଣିକ ନାଟକ ପ୍ରତିଯୋଗିତାର ଚତୁର୍ଥ ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଜଗାବଳିଆ ପ୍ରଗତିଶୀଳ ନାଟ୍ୟସଂସ୍ଥା ପ୍ରଯୋଜିତ ନାଟକ ବେଲାଳସେନ ମଂଚସ୍ଥ ହୋଇଯାଇଛି । ଶିକ୍ଷାବିତ୍ ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସଭାରେ ଏସଏମଆଇଟି ସଭାପତି ଭଗବାନ ଗନ୍ତାୟତ ମୁଖ୍ୟଅତିଥି, ପ୍ରାକ୍ତନ କର୍ପୋରେଟର ଦଣ୍ଡପାଣି ନାୟକ ମୁଖ୍ୟବକ୍ତାଏବଂ କେଏନପୁର ସରପଂଚ କୈଳାଶ ଚନ୍ଦ୍ର ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ଆୟୋଜନର ଭୂୟସୀ ପ୍ରଶଂସା କରିବା ସହ ସାମ୍ପ୍ରତିକ କାଳରେ ସମାଜ ପାଇଁ ପୌରାଣିକ ନାଟକର ବିଶେଷ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ପ୍ରଦୀପ ମଦନ ମିଶ୍ର, ଅଭିନେତ୍ରୀ ପ୍ରୀତି ପଟ୍ଟନାୟକ, ଶିକ୍ଷାବିତ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ସାମ୍ବାଦିକ ସୁଦୀପ କୁମାର ସାହୁ ଓ ନବକିଶୋର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଂଚଜ୍ୟୋତି ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

    LEAVE A REPLY

    Please enter your comment!
    Please enter your name here