ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ଆଜି ବେଗୁନିଆପଡ଼ା ବ୍ଳକର ଜନତା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ଜିଲ୍ଲା ସାଂସ୍କୃତିକ ପରିଷଦ ତରଫରୁ ପାଳିତ ହୋଇଯାଇଛି । ଏଥିରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରସାଶନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କବିସୁର୍ଯ୍ୟନଗର ନଗର ବିଧାୟିକା ଲତିକା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଗାନ୍ଧିବାଦୀ ଫୋରମର ଅଧ୍ୟକ୍ଷା ଡାଃ. ରିନା ରାଉତରାୟ, ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ବି. ଡି. ଓ ଅରୁଣ କୁମାର ମଲିକ, ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଜୀଲା ସଂସ୍କୃତି ଅଧିକାରୀ ଶୁକ୍ର ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜଳି ଭୂୟାଁ, ଯୋଗଦେଇ ଗାନ୍ଧିଜୀଙ୍କ ଜୀବନୀ ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏଥି ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ।