ବେଗୁନିଆପଡା ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ । ସ୍ୱାସ୍ଥ୍ୟ ବିଭାଗର ଅବହେଳା ନେଇ ଅସନ୍ତୋଷ । ନିମ୍ନମାନର ଛତୁଆ ଯୋଗାଣ ନେଇ ଅଭିଯୋଗ ।

0
36

ବେଗୁନିଆପଡା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ବେଗୁନିଆପଡା ବ୍ଲକ ସଭାଗୃହରେ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଅରୁଣ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ଲକ ଅଧ୍ୟକ୍ଷା କେ. ରାଜଲଷ୍ମୀ ଦୋରା, ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ସମସ୍ତ ବିଭାଗୀୟ ଅଧିକାରୀ , ସରପଞ୍ଚ, ସମିତି ସଦସ୍ୟ ବୃନ୍ଦ ଯୋଗଦେଇ ଖାଦ୍ୟ ସୁରକ୍ଷା ଆଇନ ରେ ରେସନକାର୍ଡ, ପ୍ରାକୃତିକ ବିପର୍ଯ୍ୟୟ ,ଦୂର୍ବଳ ନଦୀ ବନ୍ଧସୁରକ୍ଷା , ଭୂମୀ ହୀନ ମାନଙ୍କୁ ପଟ୍ଟା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପାଇଖାନା ବିଲ ଆଦି ଘଟଣା ଉପରେ ତର୍କ ବିତର୍କ ହୋଇଥିଲା । କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡା ଓ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଥିଲାବେଳେ ସ୍ୱାସ୍ଥ୍ୟ ବିଭାଗର କେହି ବୈଠକ କୁ ଆସିନଥିବାରୁ ବୈଠକ ରେ ଉଦ୍ ବେଗ ପ୍ରକାଶ ପାଇଥିଲା । ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ନିମ୍ନମାନର ଛତୁଆ ମିଳୁଥିବା, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସାପ୍ତାହିକ ଖାଦ୍ୟ ତାଲିକା କେନ୍ଦ୍ରରେ ନଲଗାଇ ଅଙ୍ଗନବାଡି କର୍ମୀମାନେ ଅନିୟମିତତା କରୁଥିବା ଏବଂ ଉପରିସ୍ଥ କର୍ମଚାରୀ ମାନେ ଏଥିରେ ସହଯୋଗ କରୁଥିବା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ବିଧାୟିକାଙ୍କୁ ଅଭିଯୋଗ କରିଥିଲେ । କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ଠିକ ସମୟରେ ବିହନ ମିଳୁନଥିବା ସହ ବିହନ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ଅଙ୍ଗାର ଗାଁ ସରପଞ୍ଚ ସରୋଜ କୁମାର ସାହୁ ଅଭିଯୋଗ କରିଥିଲେ । ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ସୋରଡ଼ାପଲ୍ଲୀ ଗ୍ରାମର ଭୂମିହୀନ ଆଦିବାସୀ ମାନଙ୍କୁ ଜମିପଟ୍ଟା ମିଳୁନଥିବା ସମିତିସଭ୍ୟ ଆପତ୍ତି କରିଥିଲେ । ବ୍ଲକର ଚାରିଗୋଟି ଅଙ୍ଗନବାଡି କେନ୍ଦ୍ରରେ ପଦବୀ ଖାଲି ପଡ଼ିଥିବା ବିଧାୟିକାଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ସାନ ଉସ୍ତାପଡା, ମଠସରସିଙ୍ଗି ଏବଂ ଅଙ୍ଗାର ଗାଁ ପଂଚାୟତରେ ଲାଗିରହିଥିବା ପାନୀୟଜଳ ସମସ୍ୟା ନେଇ ଅଭିଯୋଗ ହୋଇଥିଲା । ବ୍ଲକର ସମସ୍ତ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କ ପାଇଖାନା ପ୍ରାପ୍ୟ ଦୀର୍ଘଦିନ ହେଲା ମିଳୁନଥିବା ଅଭିଯୋଗ ହୋଇଥିଲା । ଶେଷରେ ବିଧାୟିକା ସମସ୍ତେ ପରସ୍ପର ସହଯୋଗ କରି ଜନତାଙ୍କ ଉଦ୍ଦେଶ୍ୟରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ନବ ନିର୍ବାଚିତ ବିଧାୟିକା ଲତିକା ପ୍ରଧାନ ଙ୍କୁ ସ୍ଵାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here