ଗାଙ୍ଗପୁର ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

0
102

ବେଲଗୁଣ୍ଠା (ଓବି ନ୍ୟୁଜ୍) (ପ୍ରଭାତ ସାହୁ) ; ଗାଙ୍ଗପୁର ଥାନା ପରିସରରେ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଥାନାଧିକାରୀ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରି ଆମ ସମାଜକୁ ବୃକ୍ଷ ଆବଶ୍ୟକତା ଓ ଉପକାରୀତା ଉପରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରି ସମାଜରେ ସମସ୍ତ ବର୍ଗର ଲୋକମାନେ ବୃକ୍ଷ ରୋପଣ ଓ ବୃକ୍ଷର ସୁରକ୍ଷା ଉପରେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ଗାଙ୍ଗପୁର ଥାନା ପରିସରରେ ପ୍ରାୟ ୫୦ଟି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା । ଆଗାମୀ ଦିନରେ ଥାନା ତରଫରୁ ଗାଙ୍ଗପୁର ଅଞ୍ଚଳରେ ବୃକ୍ଷ ରୋପଣ ଉପରେ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନତା କରାଇ ଅଞ୍ଚଳରେ ବହୁ ସ୍ଥାନରେ ଗଛ ଲଗାଇବା ପାଇଁ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବୃକ୍ଷର ଆବଶ୍ୟକୀୟ ଯତ୍ନ ନେବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍.ଆଇ ପ୍ରମୋଦ କୁମାର ବେହେରା,ଏ.ଏସ୍.ଆଇ. ଉଦୟ ନାଥ ସାହୁ,ହାବିଲଦାର ସୁବାଷ ବରାଡ଼,ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here