ଘୋଷ ଯାତ୍ରାରେ ବୃକ୍ଷରୋପଣ

0
96

ଗାଙ୍ଗପୁର (ଓବି ନ୍ୟୁଜ୍) (ପ୍ରଭାତ ସାହୁ) ;ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କେ.ନୁଆଗଡ ଗ୍ରାମରେ ଚିନ୍ମୟ ପଲାଇଙ୍କ ନେତୃତ୍ୱରେ ଗଠିତ ଏଭରଗ୍ରିନ ଫ୍ରେଣ୍ଡସ୍ ଗ୍ରୁପ୍ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରୁପ ଦ୍ୱାରା ଗ୍ରାମର ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ ଅଞ୍ଚଳର ବରିଷ୍ଠ ଶିକ୍ଷକ ବୃନ୍ଦ ବୃକ୍ଷରୋପଣ କରିବା ସହ ଗ୍ରୁପ୍ ସଦସ୍ୟ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଏଥିରେ ବୁଲୁ ପରିଡା,ହିମାଂଶୁ ପ୍ରଧାନ,ବାଲକୃଷ୍ଣ ପଲାଇ,ସୁଶାନ୍ତ ଖୁଣ୍ଟିଆ,ଉମେଶ ବରାଡ,କାହ୍ନା ପଲାଇ,ଚନ୍ଦନ ପରିଡା.ଗୟା.ସାଗର,ରାକେଶ,ସୁଧାକର ପ୍ରମୁଖ ସହ ଯୋଗ କରିଥିଲେ । ସେହିପରି ସ୍ୱସ୍ଥି ସୁନ୍ଦର ସିୟଙ୍କ ନେତୃତ୍ୱରେ ବଡଦୋଡଙ୍ଗା ଗ୍ରାମରେ ରେସ୍ପଣ୍ଡ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ । ଏଥିରେ ଶିକ୍ଷକ କବିରାଜ ପରିଡା,ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ଗ୍ରୁପ ସଦସ୍ୟ,ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ କାର୍ଯ୍ୟକ୍ରମକୁ ଗ୍ରାମବାସୀ ,ପ୍ରକୃତି ପ୍ରେମୀ ଏବଂ ବୁଦ୍ଧିଯୀବୀ ମାନେ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here