ପାନୀୟ ଜଳ ସମସ୍ୟା ନେଇ ମହିଳାମାନେ ରାସ୍ତା ଅବରୋଧ

0
69

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଛତ୍ରପୁର ଏନ୍ଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ନେଇ ଷ୍ଟେସନ ରୋଡ୍ ମୁଖ୍ୟ ରାସ୍ତାକୁ ୱାର୍ଡର ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ ୧୫ ନିଦ ହେଲା ଦିନକୁ ପ୍ରାୟ ୧୦ ରୁ ୧୫ ମିନିଟ୍ ଧରି ପାଇପ୍ରେ ପାଣି ଆସୁଛି । ଏନେଇ ସାହିର ମହିଳାମାନଙ୍କ ମଧ୍ୟରେ ପାଣି ପାଇଁ କଳହ ସୃଷ୍ଟି ହେଉଛି । ପାନୀୟ ଜଳ ସମସ୍ୟା ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ମଧ୍ୟ ପାନୀୟ ଜଳ ଯୋଗାଣରେ ସୁବ୍ୟବସ୍ଥା ହୋଇନଥିଲା । ବାଧ୍ୟ ହୋଇ ଶୁକ୍ରବାର ୱାର୍ଡର ମହିଳାମାନେ ହାଣ୍ଡି ମାଠିଆ ଧରି ଷ୍ଟେସନ ରୋଡ୍ ମୁଖ୍ୟ ରାସ୍ତାକୁ ସକାଳ ସମୟରେ ରାସ୍ତା ଅବୋରଧ କରିଥିଲେ । ସୂଚନା ପାଇ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ମୃଦ୍ୟୁ କୁମାରୀ ପାଣିଗ୍ରାହୀ ଘଟଣା ସ୍ଥଳେ ପହଞ୍ଚି ଜଳ ଯୋଗାଣର ସୁବ୍ୟବସ୍ଥା ନହେଲା ପର୍ଯ୍ୟନ୍ତ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳାମାନେ ରାସ୍ତାରୋକରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here