ଅର୍ଥମନ୍ତ୍ରୀ ସିତାରମଣ ଉପସ୍ଥାପନ କଲେ ସମତୁଲ୍ୟ ବଜେଟ୍ ।

0
54

ଭୁବନେଶ୍ୱର (ଓବି ନ୍ୟୁଜ୍) ; ଦେଶର ନୂଆ ବଜେଟ ଉପସ୍ଥାପନ କଲେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଏହି ବଜେଟରେ ଗାଁ, ଗରୀବ, କିଷାନ ଓ ମହିଳାଙ୍କୁ ଯଥେଷ୍ଠ ଗୁରୁତ୍ୱ ମିଳିଥିବା ବେଳେ ଧନୀଙ୍କ ଉପରେ ଅତିରିକ୍ତ ଟିକସ ଓ ପେଟ୍ରୋଲ ଏବଂ ଡିଜେଲ ଦର ବଢାଇ ମଧ୍ୟବିତ୍ତଙ୍କ ଉପରେ ବୋଝ ଲଦିଛନ୍ତି ଅର୍ଥମନ୍ତ୍ରୀ । ତମାଖୁ ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲାଗିବ । ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ଅତିରିକ୍ତ ସେସ୍ ଲାଗିବ । ଅର୍ଥାତ୍ ଆପଣ ଯଦି ୧ କୋଟିରୁ ଅଧିକ ଅର୍ଥ ଉଠାଉଛନ୍ତି ତେବେ ୨ ଲକ୍ଷ ଟଙ୍କା ଟିକସ ବାଦକୁ କଟିଯିବ । ମଧ୍ୟବିତ୍ତଙ୍କ ପାଇଁ ବଡ ଘୋଷଣା : ୪୫ ଲକ୍ଷ ଟଙ୍କାର ଘର କିଣିଲେ ଅତିରିକ୍ତ ୧.୫ ଲକ୍ଷ ଟଙ୍କାର ରିହାତି ମିଳିବ । ଗୃହଋଣ ସୁଧ ଉପରେ ମିଳୁଥିବା ରିହାରି ଏବେ ୨ ଲକ୍ଷରୁ ବଢି ୩.୫ ଲକ୍ଷ ହେଲା । ଏହାବ୍ୟତୀତ ୨.୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଇଲେକ୍ଟ୍ରିକ ଗାଡି କିଣିଲେ ମଧ୍ୟ ରିହାତି ମିଳିବ ଅଧିକ ଆୟକାରୀ ବର୍ଗକୁ ମୋଦି ସରକାର ଝଟକା ଦେଇଛନ୍ତି । ଏବେ ବାର୍ଷିକ ୨ ରୁ ୫ କୋଟି ଆୟ କରୁଥିବା ବର୍ଗ ଉପରେ ୩ ପ୍ରତିଶତ ଅତିରିକ୍ତ ଟିକସ ଲାଗିଲା । ସେହିଭଳି ୫ କୋଟିରୁ ଅଧିକ ଆୟ କରୁଥିବା ଲୋକ ୭ ପ୍ରତିଶତ ଅଧିକ ଟିକସ ଦେବାକୁ ଧାର୍ଯ୍ୟ ହୋଇଥିବା ବେଳେ ସୁନା, ପେଟ୍ରୋଲ, ଡିଜେଲ ଓ ତମାଖୁ ଦ୍ରବ୍ୟ ହେଲା ମହଙ୍ଗା । ସୁନା ଉପରେ ଶୁଳ୍କ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବଢିଲା ଯଦି କେହି ବ୍ୟକ୍ତି ବ୍ୟାଙ୍କରୁ ବର୍ଷକୁ ୧ କୋଟିରୁ ଅଧିକ ଅର୍ଥ ଉଠାଉଛନ୍ତି ତେବେ ଏହା ଉପରେ ୨% ଟିଡିଏସ ଲାଗିବ । ପ୍ରଧାନମନ୍ତ୍ରୀ ମନ ଧନ ସ୍କିମର ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯୋଜନାରେ ୩ କୋଟି ଦୋକାନ ମାଲିକଙ୍କୁ ପେନସନ ସୁବିଧା ମିଳିବ, ଯାହାର ବାର୍ଷିକ ଆୟ ୧.୫ କୋଟିରୁ କମ୍ । ନୂଆ ୧ ଟଙ୍କିଆ, ୨, ୫, ୧୦ ଓ ୨୦ ଟଙ୍କିଆ କଏନ୍ ବଜାରକୁ ଆସିବ । ଫଳରେ ଦୃଷ୍ଟିହୀନ କିଭଳି ଏହି କଏନକୁ ସହଜରେ ଚିହ୍ନଟ କରିପାରିବେ ସେହି ବ୍ୟବସ୍ଥା ନୂଆ କଏନରେ ରହିବ । ଯାହାକୁ ୭ ମାର୍ଚ୍ଚ ୨୦୧୯ରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ହର୍ ଘର୍ ଜଲ୍ ଅର୍ଥାତ୍ ସବୁ ଘରକୁ ପାଣି ଉପରେ କେନ୍ଦ୍ରୀୟ ବଜେଟରେ ଜୋର ଦେଲେ ଅର୍ଥମନ୍ତ୍ରୀ । ଚାଷୀଙ୍କୁ କିଭଳି ସୁରକ୍ଷିତ ଓ ଆବଶ୍ୟକ ମୁତାବକ ପାଣି ମିଳିବ ସେଥିପାଇଁ ସରକାର ଦୃଢ ନିଶ୍ଚିତ ଓ ଏଦିଗରେ କାର୍ଯ୍ୟ ଜାରି ରଖିଛନ୍ତି । ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏସଏଚଜି ଗ୍ରୁପକୁ ବଢାଯିବ । ମୁଦ୍ରା ଯୋଜନା ଅଧୀନରେ ପ୍ରତି ଏସଏଚଜିରୁ ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଆଗାମୀ କିଛି ବର୍ଷରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ । ଦେଶକୁ ୫୫ ବର୍ଷ ଲାଗିଥିଲା ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା ପାଇଁ । ଗତ ୫ ବର୍ଷରେ ସରକାର ଆଉ ୧ ଟ୍ରିଲିୟନ ଡଲାର ବଢାଇବାରେ ସମର୍ଥ ହୋଇଛନ୍ତି । ଆଗାମୀ କିଛି ବର୍ଷରେ ଆମେ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ଲକ୍ଷ ପୂରଣ କରିବାରେ ସକ୍ଷମ ହେବୁ । ଭାରତମାଳା ପ୍ରକଳ୍ପ ରାସ୍ତା ସଂଯୋଗ ଏବଂ ସାଗରମାଳା ପ୍ରକଳ୍ପ ଜଳପଥରେ ଯୋଗାଯୋଗ ବଢାଇବାରେ ସମର୍ଥ ହେବ । ସେହିଭଳି ଉଡାନ୍ ଯୋଜନା ଭାରତର ଭିତ୍ତିଭୂମି ବଢାଇବା ସହ ଗ୍ରାମାଂଚଳ ଓ ସହରାଂଚଳ ମଧ୍ୟରେ ବ୍ରିଜ ଭଳି କାର୍ଯ୍ୟ କରିବ ।୨୦୧୮ ରୁ ୨୦୩୦ ମଧ୍ୟରେ ରେଳବାଇ ଭିତ୍ତି ଭୂମି ପାଇଁ ୫୦ ଲକ୍ଷ କୋଟି ଆବଶ୍ୟକ । ବାର୍ଷିକ ଖର୍ଚ୍ଚ ୧.୪ ରୁ ୧.୬ ଲକ୍ଷ କୋଟି ଥିବା ବେଳେ ଚାଲିଥିବା ପ୍ରକଳ୍ପ ସବୁକୁ ସାରିବାକୁ ଦଶନ୍ଧି ଦଶନ୍ଧି ଲାଗିଯିବ । ତେଣୁ ପିପିପି ମୋଡରେ ପ୍ରକଳ୍ପ କାର୍ଯ୍ୟ ଉପରେ ଜୋର ଦିଆଯିବ । ଗାଁ, ଗରୀବ ଓ ଚାଷୀ ସରକାରର ସମସ୍ତ ପଦକ୍ଷେପ ଓ ଘୋଷଣାର ମୂଳ ବିନ୍ଦୁ । ଦୁଇଟି ମେଗା ଯୋଜନା ଉଜ୍ଜ୍ୱଳା ଓ ସୈାଭାଗ୍ୟ ଲୋକଙ୍କର ଜୀବନ ଧାରଣର ମାନରେ ଅନେକ କିଛି ପରିବର୍ତ୍ତନ ଆଣିଛି । ସ୍ୱଛ ଇନ୍ଧନରେ ରୋଷେଇ ସହ ଲୋକଙ୍କୁ ବିଜୁଳି ଯୋଗାଇବା ବଡ ଉପଲବ୍ଧି । ପାଖାପାଖି ୧.୯୫ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଗୃହ ଯୋଗାଇବାକୁ ପ୍ରସ୍ତାବ ରହିଛି । ୨୦୧୫-୧୬ରେ ଘର ନିର୍ମାଣ ସାରିବାକୁ ୩୧୪ ଦିନ ଲାଗୁଥିଲା, ୨୦୧୭ରୁ ଏହା ୧୧୪ ଦିନକୁ ଖସି ଆସିଛି । ୮୦ ହଜାର ୨୦୦ କୋଟି ଖର୍ଚ୍ଚରେ ୧ଲକ୍ଷ ୨୫ ହଜାର କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅପଗ୍ରେଡ କରାଯିବ । ବିମାନ ସେବା ଓ ମିଡିଆ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଂଜି ନିବେଶକୁ ଅନୁମତି ଦେବା ପ୍ରସ୍ତାବ ଉପରେ ଅନୁଧ୍ୟାନ ହେବ । ସ୍ୱଛ ଭାରତ ଯୋଜନା ପରିବେଶକୁ ସ୍ୱଛ କରିବା ସହ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିଛି । ୯.୬ କୋଟି ପାଇଖାନା ନିର୍ମାଣ ହୋଇସାରିଲାଣି । ୫.୬ ଲକ୍ଷ ଗାଁ ବାହ୍ୟ ଶୈାଚରୁ ମୁକ୍ତ ଘୋଷଣା ସରିଲାଣି । ପ୍ରତି ଗାଁରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଆଗକୁ ବଢାଯିବ । ଅକ୍ଟୋବର ୨୦୧୬ରୁ ସହରାଂଚଳରେ ୯.୬ କୋଟି ପାଇଖାନା ନିର୍ମାଣ ହୋଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ନୂଆ ଶିକ୍ଷା ନୀତିରେ ଅନେକ କିଛି ପ୍ରସ୍ତାବ ରହିଛି । ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା କରି ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରକୁ ନେଇବାକୁ ଉଦ୍ୟମ କରାଯିବ । ଉଚ୍ଚଶିକ୍ଷା କମିଶନ ପ୍ରତିଷ୍ଠା କରିବା ପାଇଁ ଡ୍ରାଫଟ ବିଲ କରାଯାଉଛି । ବିଦେଶରୁ ଛାତ୍ର ଛାତ୍ରୀଙ୍କୁ ଭାରତ ପ୍ରତି ଆକର୍ଷିତ କରିବା ପାଇଁ ‘ଷ୍ଟଡି ଇନ ଇଣ୍ଡିଆ’ ପ୍ରଚଳନ କରିବ । ୧୭ଟି ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇ ଆଦର୍ଶ ପର୍ଯ୍ୟଟନ ସ୍ଥଳୀରେ ପରିବର୍ତ୍ତନ କରାଯିବ । ଫଳରେ ଉଭୟ ଘରୋଇ ଓ ବିଦେଶରୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ । ୪୦୦ କୋଟି ଟର୍ଣ୍ଣଓଭର କରୁଥିବା କଂପାନୀଙ୍କ ପାଇଁ କର୍ପୋରେଟ ଟିକସ ୨୫% । ଯୁବପିଢୀଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶ ସଂପର୍କରେ ଅବଗତ କରିବା ପାଇଁ ‘ଗାନ୍ଧୀପେଡିଆ’ ତିଆରି କରାଯାଉଛି ।

LEAVE A REPLY

Please enter your comment!
Please enter your name here