ଅ।।ଇସିସି ବିଶ୍ୱକପ ସେମିଫାଇନାଲ୍ ରେ ଭାରତ ସମେତ ତିନି ଦଳ ର ସ୍ଥାନ ପକ୍କା

0
70

ଭୁବନେଶ୍ୱର (ଓବି ନ୍ୟୁଜ) ; ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି । ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି । ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା । ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର । ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିଥିଲା । ତେଣୁ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବା ପାଇଁ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିବାର ଆବଶ୍ୟକତା ଥିଲା । ଏହି ମ୍ୟାଚ୍ ପୂର୍ବରୁ ତିନୋଟି ଟିମ୍ ଯଥା ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିଲେ। ଆଜି ଚତୁର୍ଥ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ୍ ଅନ୍ତିମ-୪ରେ ପହଞ୍ଚିଛି । ଅଷ୍ଟ୍ରେଲିଆ ୮ଟି ମ୍ୟାଚରୁ ୭ ବିଜୟ ଓ ୧ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ଭାରତ ୬ ବିଜୟ ଓ ୧ ପରାଜୟ ସହ ଦ୍ୱିତୀୟରେ ରହିଛି । ଆୟୋଜକ ଇଂଲଣ୍ଡ ୨୭ ବର୍ଷ ପରେ ପ୍ରଥମଥର ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି । ନ୍ୟୁଜିଲ୍ୟାଣ୍ଡ୍ ୯ ମ୍ୟାଚରୁ ୫ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି।ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ସର୍ବାଧିକ ଅଷ୍ଟମଥର ପାଇଁ ସେମିକୁ ଉନ୍ନୀତ ହୋଇଛନ୍ତି । ତେବେ ଭାରତ ସପ୍ତମଥର ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଏପର୍ଯ୍ୟନ୍ତ ବିଶ୍ୱକପ୍ ଟାଇଟଲ୍ ଜିତିପାରି ନଥିବା ବେଳେ ଅଷ୍ଟ୍ରେଲିଆ ରେକର୍ଡ ପାଞ୍ଚଥର ଏବଂ ଭାରତ ଦୁଇଥର ବିଜେତା ହୋଇଛି । ତେବେ ଚଳିତ ବିଶ୍ୱକପର ସେମିଫାଇନାଲ୍ ଲାଇନଅପ୍ ଶନିବାର ଚୂଡ଼ାନ୍ତ ହେବ । ଶନିବାର ଭାରତ ଓ ଅଷ୍ଟ୍ରେଲିଆ ନିଜ ନିଜର ଶେଷ ମ୍ୟାଚ୍ ଖେଳିବେ ।

LEAVE A REPLY

Please enter your comment!
Please enter your name here