ଚିକିତ୍ସାଧୀନ ଯୋଡା ଶିଶୁ ଶେଷରେ ଆଖି ବୁଜିଲେ

0
73

କଟକ (ଓବି ନ୍ୟୁଜ) : କଟକ ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ଶେଷରେ ଆଖି ବୁଜିଛନ୍ତି। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି । ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଗତ ୧ ତାରିଖରେ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରେଣୁବାଳା ଏହି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କେଜି ରହିଥିଲା। ଦୁହିଙ୍କର ମୁଣ୍ଡ, ହାତ ଓ ଗୋଡ଼ ଅଲଗା ଥିଲେ ମଧ୍ୟ ଗୋଟିଏ ହୃଦୟ ଥିଲା।

LEAVE A REPLY

Please enter your comment!
Please enter your name here