ଜିଲ୍ଲା ସ୍ତରୀୟ ୭୦ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ

0
126

ଗଜପତି (ଓବି ନ୍ୟୁଜ୍) ;ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ବୃନ୍ଦାବନ ପ୍ୟାଲେସ୍ ପରିସରରେ ଜିଲ୍ଲା ବନ ବିଭାଗ ପକ୍ଷରୁ ୭୦ ତମ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ବନ ଖଣ୍ଡ ଅଧିକାରୀ ଡିଏଫ୍ଓ ବିବେକ କୁମାର ଟ୍ୟାଗି ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରାଁ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଆମର ଜଳ ସଂରକ୍ଷଣ , ବୃଷ୍ଟିପାତ ଓ ଅମ୍ଳଜାନ ସୃଷ୍ଟିରେ ବିଶେଷ ସହାୟକ ହୋଇଥାଏ । ପରିବେଶ ପ୍ରଦୂଷଣ ର ସମାଧାନ ପାଈଁ ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି ,ଅନ୍ୟ ପକ୍ଷରେ ସୁସ୍ଥ ପରିବେଶ ଗଠନ ପାଈଁ ବୃକ୍ଷ ରୋପଣ ହିଁ ଏକମାତ୍ର ମାଧ୍ୟମ ବୋଲି କହି ପଲିଥିନ ବର୍ଜନ ଓ ଜଳର ସଦୁପଯୋଗ ସମ୍ପର୍କରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ଏବଂ ବନୀକରଣ ଉପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ୟାଲେସ୍ ଚତୁଃପାର୍ଶ୍ୱରେ ଜିଲ୍ଲାପାଳ ଅନୁପମ ଶାହା , ଏସପି ସାରାଁ ଶର୍ମା , ଡିଏଫ୍ଓ ବିବେକ କୁମାର ଟ୍ୟାଗି , ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ , ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଉଦ୍ୟାନ ବିଭାଗ-ଉପ ନିର୍ଦେଶକ ମହେନ୍ଦ୍ର କୁମାର ମାଝି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ,ଏବଂ ଦେବଗିରି ବନ ରେଞ୍ଜ ଅଧିକାରୀ ଶ୍ରୀ ଏମ ନରସିଂହ ପ୍ରମୁଖ ମଂଚସିନ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଉପକାରିତା ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।

LEAVE A REPLY

Please enter your comment!
Please enter your name here