ଅନସ୍ଲୋ ହାଇସ୍କୁଲ ପରିସରରେ ବନ ମହୋତ୍ସବ ପାଳନ

0
171

ଛତ୍ରପୁର (ଓବି ନ୍ୟୁଜ୍) ; ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଅନସ୍ଲୋ ହାଇସ୍କୁଲ ପକ୍ଷରୁ ସଚେତନ ସଭା,ବୃକ୍ଷରୋପଣ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯ୍ଧବ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ସଭାଗୃହରେ ଆୟୋଜିତ ସଚେତନତା ସଭାରେ ମୁକ୍ୟ ଅତିଥୀ ଭାବେ ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ବୃକ୍ଷର ଉପକାରିତା ସଂପର୍କରେ ଆଲୋଚନା କରିଥିବା ବେଳେ ମୁକ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ଅରୁଣ ଶତପଥୀ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ବ୍ୟାପକ ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିବା ସହିତ ଏଥିରେ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେ ଏବଂ ବରିଷ୍ଠ ଶିକ୍ଷକ ହାଡିବନ୍ଧୁ ଗଡନାୟକ ସମ୍ମାନ୍ଥଚ୍ଛ ଅତିଥୀ ଭାବେ ମଞ୍ଚାସୀନ ଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିସରରେ ସମସ୍ତେ ମିଳିମିଶି ବୃକ୍ଷରୋପଣ କରିଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ଜଗଦୀଶ ଚନ୍ଦ୍ର ପଲେଇ ସଂଯୋଜନା କରିଥିବା ବେଳେ ଇକୋ କ୍ଲବ ସଂପାଦିକା ଅଞ୍ଜନା ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ଓ ଦେବସ୍ମିତା ମହାନ୍ତି ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here