ବିଶାକ୍ତ ସାପ କାମୁଡାରେ ଯୁବକ ମୃତ

0
68

ବେଲଗୁଣ୍ଠା (ଓବି ନ୍ୟୁଜ୍)(ପ୍ରଭାତ ସାହୁ) ;ବିଶାକ୍ତ ସାପ କାମୁଡାରେ ଯୁବକଙ୍କ ଗୁରୁତର ମୃତ୍ୟୁରେ ଗୋବରା ଦୋକାନ ବଜାର ବନ୍ଦ ରହିବା ସହ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ସୂଚନାଯୋଗ୍ୟ ଯେ, ସୁବାଷ ଚନ୍ଦ୍ର ରାଜୁଙ୍କ ସାନ ପୁଅ କାମେଶ୍ୱର ରାଜୁ (୪୦) ଗତକାଲି ସନ୍ଦ୍ୟା ସମୟରେ ନିଜ ବାରିଘରେ ଥିବା ବେଳେ ଏକ ବିଶାକ୍ତ ସାପ କାମେଶ୍ୱର ଙ୍କ ବାମ ହାତକୁ କାମୁଡି ଦେଇଥିଲା । ପରିବାର ଲୋକେ କାମେଶ୍ୱରଙ୍କୁ ଗୋବରା ଗୋଷ୍ଠୀ କେନ୍ଦ୍ର କୁ ନେଇଥିଲେ । ସେଠାରେ ସାପ କାମୁଡା ଇଂଜେକସନ୍ ନଥିବାରୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ କୁ ନେଇଥିଲେ । ରାତ୍ର ୧୧.୪୦ ମିନିଟ୍ ସମୟରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଥାଉ କି,କାମେଶ୍ୱର ଜଣେ ମେଳାପି ଓ ସ୍ୱେଚ୍ଛାସେବୀ ଯୁବକ ଥିଲେ । ତେଣୁ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପରେ ଗୋବରାରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଥିଲା । ତାଙ୍କର ମୃତ୍ୟୁରେ ତାଙ୍କର ପରିବାର ,ତାଙ୍କର ୧୧ ବର୍ଷର ପୁତ୍ର ସନ୍ତାନ ସମେତ ସମସ୍ଥ ଗୋବରା ବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here