ସମସ୍ୟା ଘେରରେ ଅଖଡାବନ୍ଧ ସାହି ।

0
48

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ଗଞ୍ଜାମ ସହର ସ୍ଥିତ ୩ ନମ୍ବର ୱାର୍ଡ ଅଖଡାବନ୍ଧ ସାହି ପୋଖରୀ ରେ ଦଳ ଭର୍ତ୍ତି ଓ ସାହି ମଧ୍ୟରେ ବର୍ଷା ଜଳ ନିଷ୍କାସିତ ନ ହୋଇପାରି ଜମିରହିବା ଯୋଗୁଁ ଅଂଚଳ ବାସୀ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ଦେଖିବା କୁ ମିଳିଛି । ଯାହାକୁ ନେଇ ସେମାନ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବା କୁ ମିଳିଛି । ସାହି ନିକଟରେ ମୁଖ୍ୟ ରାସ୍ତାଟି ନୂତନ ଭାବେ ନିର୍ମାଣ ହୋଇଥିବା ବେଳେ ବର୍ଷା ଜଳ ସହି ମଧ୍ୟରେ ହିଁ ଜମି ରହୁଛି । ଫଳରେ ସାହି ବାସିନ୍ଦା ଘରୁ ବାହାରି ଜମିରହୁଥିବା ମଇଳା ଜଳ ରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି । ଜମି ରହୁଥିବା ଜଳ ଯୋଗୁଁ ମଶା ଉପଦ୍ରପ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ନିକଟରେ ରହିଥିବା ଆଖଡାବନ୍ଧ ରେ ଦଳ ଭର୍ତ୍ତି ହୋଇରହିଥିବା ଯୋଗୁଁ ସ୍ନାନ ,ଶୌଚ ନିମନ୍ତେ ଅଂଚଳ ବାସି ସମସ୍ୟା ର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଦୁର୍ଗା ଦେବୀ ସାହି, ଆଖଡା ବନ୍ଧ ସାହି,ବଜାର ଗୌଡ଼ ସାହି,ନୁଆଁ ସାହି, ହରିଜନ ସାହି ର ଲୋକେ ଉକ୍ତ ପୋଖରୀ ଉପରେ ନିର୍ଭର କରି ଆସୁଥିବା ବେଳେ ଦଳ ଭର୍ତ୍ତି ଅଂଚଳ ବାସୀ ଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରୁଛି । ଏ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଏନଏସି କର୍ତ୍ତୃପକ୍ଷ ତୁରନ୍ତ ପୋଖରୀରୁ ଦଳ ସଫେଇ ଓ ସାହି ମଧ୍ୟରେ ନୂତନ ରାସ୍ତା ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅଂଚଳ ବାସୀ ଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here