ଗୁରୁକୁଳ ଇଂଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବନ ମହୋତ୍ସବ ପାଳନ

0
137

ବ୍ରହ୍ମପୁର (ଓବି ନ୍ୟୁଜ): ଲାଂଜିପଲ୍ଲୀ ଗୁଡସ ସେଡ୍ ରୋଡ଼ସ୍ଥିତ ଗୁରୁକୁଳ ଇଂଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଇକୋ କ୍ଲବ ଆନୁକୂଲ୍ୟରେ ୭୦ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଚେୟାରମ୍ୟାନ ପ୍ରଶାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦିକା ଅନିତା କୁମାରୀ ପାଢ଼ୀ, ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ନରସିଂହ ସାହୁ ଉପସ୍ଥିତ ଥିଲେ । ଏଠାରେ ସ୍କୁଲର ଚେୟାରମ୍ୟାନ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଅନିତା କୁମାରୀ ପାଢ଼ୀ, ସ୍କୁଲର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବୃକ୍ଷରୋପଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ବକ୍ରୃତା କାର୍ଯ୍ୟକ୍ରମ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ସ୍କୁଲର ଛାତ୍ରଛାତ୍ରୀମନେ ଭାଗ ନେଇଥିଲେ । ପଦ୍ମିନୀ ପଟ୍ଟନାୟକ, ନିବେଦିତା ମାଝୀ, ମଧୁଛନ୍ଦା ମିଶ୍ର, ରୀନା ପଣ୍ଡା, ଅଶୋକ କୁମାର ପାତ୍ର, ନାରାୟଣ ପାତ୍ର, ବନବିହାରୀ ସାବତ, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ହୋତା, ମିନତୀ ପ୍ରଧାନ, ଏମ.ପାର୍ବତୀ, ଅନ୍ନପୂର୍ଣ୍ଣା ଦାସ, ଏ.ଲକ୍ଷ୍ମୀ, ଚିରଞ୍ଜିବୀ ଆଚାରୀ, ମିନତୀ ପାଣିଗ୍ରାହୀ ଓ ସ୍ୱାଗତିକା ପାଢ଼ୀ ପ୍ରମୁଖ ଏହି ଏହି ଅବସରରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here