ଗଜପତି:-ରେଳ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ

    0
    74

    ପାରଳାଖେମୁଣ୍ଡି (ଓବି ନ୍ୟୁଜ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁର। ପଂଚାୟତ ଗୌରୀ ଗ୍ରାମ ନିକଟରେ ରେଳ ଫାଟକ ଅତିକ୍ରମ କରିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକର ମୃତ୍ୟୁ ହୋଇଛି ।
    ଘଟଣାରୁ ପ୍ରକାଶ ପାଲାସା-ଗୁଣୁପୁର ପାସେଞ୍ଜର ଟ୍ରେନ ଭୋର ୫ଟା ବେଳେ ଏହି ରାସ୍ତା ଦେଇ ଯାଉଥିବାବେଳେ ଶୁରେଶ ନାମକ ଯୁବକ ସେହି ଫାଟକ ଦେଇ ଯିବାକୁ ଉଦ୍ୟମ କରି ଅପେକ୍ଷାରେ ଥିବାବେଳେ ହଠାତ ବାଜି ଦୁର୍ଘଟଣା ଗ୍ରସ୍ତ ହୋଇ ଘଟଣା ସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଥିଲା । ପାରଳାଖେମୁଣ୍ଡି ରୁ କାଶୀନଗର ମଧ୍ୟରେ ଏଭଳି ଅନେକ ଜଗୁଆଳୀ ବିହୀନ ଫାଟକ ରହିଛି , ଯାହାକି ଏଭଳି ଅନେକ ଦୁର୍ଘଟଣା ଘଟି ମୃତାହତ ହୋଇଥିବା ନଜିର ରହିଛି ।
    ତେଣୁ ରେଳବାଇ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଜଗୁଆଳୀ ବିହୀନ ରେଳବାଇ ଫାଟକ ଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ରାଧିକାର ଦେଇ ଉନ୍ନତି କରଣ କରି ଏହିଭଳି ଦୁର୍ଘଟଣାକୁ ରୋକିବା ପାଈଁ ବୁଦ୍ଧିଯିବି ଓ ଅଂଚଳବାସିଙ୍କ ମଧ୍ୟରେ ଦୃଢ ଦାବି କରାଯାଇଛି ।

    LEAVE A REPLY

    Please enter your comment!
    Please enter your name here