ବେଗୁନିଆପଡ଼ା:(ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ):ଗତ କାଲି ବିଳମ୍ବିତ ରାତିରେ କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଠାରୁ କୋଦଳା ରାସ୍ତାର ବାଲିପୋଇ ଛକ ନିକଟରେ ଏକ ସ୍କର୍ପିଓ ଗାଡି (OR 02 BP 5505) ଜଳିଗଲା l ଏ ନେଇ ବିଳମ୍ବରେ ବୁଢ଼ାଆମ୍ବ ସ୍ଥିତ ଗାଡି ମାଲିକ ଚନ୍ଦ୍ର ଶେଖର ପ୍ରଧାନ କୋଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁସାରେ ତାଙ୍କ ଗାଡି କୋଦଳା ଠାରୁ ଭୁବନେଶ୍ଵର ଯିବା ବେଳେ ବାଲିପୋଇ ଠାରେ ଖରାପ ହେବା ଯୋଗୁଁ ଗାଡ଼ିଟିକୁ ରାସ୍ତା ପାର୍ଶ୍ଵରେ ରଖି ଡ୍ରାଇଭର୍ ଚାଲି ଆସିବା ପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଅଗ୍ନିକାଣ୍ଡ ଘଟାଇ ଗାଡ଼ିଟିକୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି l କୋଦଳା ପୁଲିସ ରାତିରେ ପାଟ୍ରୋଲିଂ ବେଳେ ଗାଡି ପୋଡ଼ିବା ଦେଖି କୋଦଳା ଦମକଳ ଡାକି ନିଆଁ ଲିଭାଇଥିଲେ l କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାର ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିଛନ୍ତି l ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ l ଗାଡି ମାଲିକଙ୍କ ଗାଡି ଆଗରୁ ବହୁଥର ଖରାପ ହୋଇଥିବାର ସୂଚନା ମିଳିଥିବା ବେଳେ ଗାଡି ଛାଡି ଯିବାବେଳେ ଗାଡିର ଆଗ ଡୋର୍ ଖୋଲାଥିଲା କିପରି ଓ ଏହା ଇନସୁରାନ୍ସ ପାଇଁ ସୁପରିକଳ୍ପିତ ଯୋଜନା ବୋଲି ପୁଲିସ ସନ୍ଦେହ କରିବା ସହ ଗାଡିର ସମସ୍ତ କାଗଜପତ୍ର ଯାଂଚ କରୁଛି l ତଦନ୍ତ ପରେ ଘଟଣା ଖୁଲାସା ହେବ ବୋଲି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି l