ଗଞ୍ଜାମ ରେ ତାଏକୋଣ୍ଡ ଟ୍ରେନିଂ ସେଣ୍ଟର ଶୁଭାରମ୍ଭ

0
29

ଗଞ୍ଜାମ (ଓବି ନ୍ୟୁଜ): ଗଞ୍ଜାମ ସହର ସ୍ଥିତ ସାନ ବଜାର ଠାରେ ରବିବାର ତାଏକୋଣ୍ଡ ଟ୍ରେନି ସେଣ୍ଟର ଶୁଭାରମ୍ଭ ହୋଇଯାଇଛି।
ଗଂଜାମ ଜିଲ୍ଲା ତାଏକୋଣ୍ଡ ଏକାଡେମୀ ସମ୍ପାଦକ କେ.ମନୋଜ କୁମାର ପ୍ରଧାନ ଙ୍କ ପୌରହିତରେ ଇଦଘାଟନ ଉତ୍ସବ ରେ ଛତ୍ରପୁର ତାଏକୋଣ୍ଡ ଏକାଡେମୀ ସଭାପତି ତଥା ରାଜ୍ୟ ତାଏକୋଣ୍ଡ ମହିଳା ସଙ୍ଘ
ସଭାପତି ଅନିତା ମିଶ୍ର,ଗଂଜାମ ମହାବିଦ୍ୟାଳୟ ରସାୟନ ବିଂଜ୍ଞାନ ଡେମନେଷ୍ଟେଟର ରୋହିତ କୁମାର ସାହୁ,ଗଂଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ପୂର୍ବତନ କାଇଁଚ ପୁର ସରପଞ୍ଚ ତଥା ହୋପ ତାଏକୋଣ୍ଡ ଏକାଡେମୀ ସଭାପତି ଗୋବିନ୍ଦ ରେଡି ପ୍ରମୁଖ ସଂମାନିତ ଅତିଥି ଭାବେ ଯୋଗ ଦେଇ ଜାତି ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବା
ସହ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ନିଜକୁ ସୁରକ୍ଷା ପ୍ରଦାନ କରିବା ନେଇ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ନେବାକୁ ଆସିଥିବା ସମସ୍ତ ସଦସ୍ୟ ଙ୍କୁ ଆଷାନ ଦେଇଥିଲେ।
ଗଂଜାମ ହବ ତାଏକୋଣ୍ଡ ପ୍ରଶିକ୍ଷକ ଇ.ଲଳିତ କୁମାର,ଦିଗପହଣ୍ଡି ତାଏକୋଣ୍ଡ ପ୍ରଶିକ୍ଷକ ବସୁ ନାୟକ,ପୁରୁଷୋତ୍ତମ ପୁର ରୁଷିକୂଲ୍ୟ ତାଏକୋଣ୍ଡ ଏକାଡେମୀ ପ୍ରଶିକ୍ଷକ ଅଜିତ କୁମାର ମହାରଣା,ସମାଜ ସେବୀ ଘନଶ୍ୟାମ
ରେଡି ପମୁଖ ଉପସ୍ଥିତ ଥିବା ବେଳେ
ସ୍ଥାନୀୟ ଅଂଚଳ ର ବହି ଖେଳାଳି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ। ଏଠାରେ ସପ୍ତାହ କୁ ତିନି ଦିନ ତାଏକୋଣ୍ଡ ପ୍ରଶିକ୍ଷଣ ପ୍ରଦାନ କରାଯିବା ନେଇ ଟ୍ରେନିଂ ସେଣ୍ଟର ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here