ଗଞ୍ଜମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା): ଗଂଜାମ ଥାନା ଅନ୍ତର୍ଗତ ଉମୁରି ଧର୍ମ ସରଣ ପୁର ଗ୍ରାମର ଵୃଦ୍ଧ କମ୍ପ ପ୍ରଧାନ(57) ଙ୍କ ରୁଷିକୂଲ୍ୟ ନଦୀ ଜଳରେ ସଲିଲ ସମାଧୁ ହୋଇ ଯାଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଵୃଦ୍ଧ ଜଣଙ୍କ ନଦୀ ଆରପାରିରେ ରହିଥିବା ଛତ୍ରପୁର ବ୍ଲକ ର ପୋତାଲାମପୁର ଗ୍ରାମରୁ ଝିଅର ସ୍ୱସୁରଘରକୁ ଯାଇ ଏକ ବାଛୁରୀ ନେଇ ନିଜ ଗ୍ରାମ କୁ ଫେରୁ ଥିବା ବେଳେ ନଦୀ ଜଳରେ ବାଛୁରୀ ଟାଣି ହୋଇ ହୁବୁକା ମାରିଥିଲା ।
ଫଳରେ ବୃଢ଼ ଜଣଙ୍କ ବଝୁରି ବେକରେ ବନ୍ଧା ବୋଇଥିବା ପଘା ଦ୍ଵାରା ଟାଣି ହୋଇ ନଦୀ ଜଳ ଅଣ ନିଶ୍ୱାସୀ ହୋଇ ବୁଡି ଯାଇଥିଲେ।
ସ୍ଥାନୀୟ ଅଂଚଳ ବାସୀ ତାଙ୍କ ମୃତ ଦେହ କୁ ନଦୀ ଜଳ ରୁ ଉଧାର କରିଥିବା ବେଳେ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଭଲ ରେ ଶୋକର ଛାୟା ଖେଳି ଯାଇଥିଲା।