‘ଗଛ ନାହିଁ ତ ମୁଁ ନାହିଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

0
44

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(କୃଷ୍ଣଚନ୍ଦ୍ର ବେହେରା): ରାଜଗୁରୁ ସାହିସ୍ଥିତ ଶ୍ରୀରସିକରାଜ ମନ୍ଦିର ପରିସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ରଥଯାତ୍ରା ଅବସରରେ ‘ଗଛ ନାହିଁ ତ ମୁଁ ନାହିଁ’ କାର୍ଯ୍ୟକ୍ରମ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରାର୍ଥନା ଓ ଗୀତା ପଠନ ଶିଶୁ ପ୍ରଜ୍ୟୋତି, ଶୁଭଦର୍ଶିନୀ, ଚାନ୍ଦିନୀ ଏବଂ ଯୋଗାସନ ଶିଶୁ ଗୋପିନାଥ ପଣ୍ଡାଙ୍କ ଦ୍ୱାରା ହୋଇଥିଲା । ସାପ୍ତାହିକ ଆଲୋଚନା ଚକ୍ରରେ ରଥଯାତ୍ରା ଏବଂ ଶିଶୁମାନଙ୍କ ଦ୍ୱାରା ଗଛ ଲଗାଇବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ପରବର୍ତୀ ଚିତ୍ରାଙ୍କନ ଓ ସଙ୍ଗୀତ ଶିକ୍ଷାଦାନ କାର୍ଯ୍ୟକ୍ରମ ଚିତ୍ରଶିଳ୍ପୀ ମୁରଲିଧର ପରିଚ୍ଛା ଏବଂ ସଙ୍ଗୀତକାର ସତ୍ୟନାରାୟଣ ଆପଟ୍ଟଙ୍କ ଦ୍ୱାରା ପରିଚାଳନା ହୋଇଥିଲା । ଶେଷରେ କେନ୍ଦ୍ରର ସଂଯୋଜକ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତା ଭଲ ଚିନ୍ତା, ଭଲ କାମ କରିବା ପାଇଁ ପିଲାମାନଙ୍କୁ ପ୍ରବର୍ତାଇଥିଲେ ।

LEAVE A REPLY

Please enter your comment!
Please enter your name here