ସୁବର୍ଣ୍ଣପୁରରେ ବରିଷ୍ଠ ନାଗରିକ ସମାବେଶ

0
32

ସୋନପୁର,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ବରିଷ୍ଠ ନାଗରିକ ମାନେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି ଆଜି ସୁବର୍ଣ୍ଣପୁରରେ ଆୟୋଜିତ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସମାବେଶରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଏପରିକି ସମାଜ ପ୍ରତି ବରିଷ୍ଠ ନାଗରିକ ମାନଙ୍କ ଗୁରୁଦାୟିତ୍ୱ ଥିବାରୁ ସମସ୍ତେ ଏ ଦିଗରେ ସମୟ ବାହାର କରି ତାକୁ ସୁଚାରୁ ରୁପେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତପ୍ରକାଶ କରିଛନ୍ତି । ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାବେଶରେ ଜିଲା ସଭାପତି ଡ.ରାଜେନ୍ଦ୍ର କୁମାର ମିଶ୍ର ପୌରୋହିତ୍ୟ କରିଥିଲେ । ଆରମ୍ଭରେ ଜିଲ୍ଲା ନାଗରିକ ପରିଷଦ ସଂପାଦକ ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ, ସହ ସମ୍ପାଦକ ପ୍ର୍ରାଧ୍ୟାପକ ଡ.ଜ୍ୟୋତିରଞ୍ଜନ ବହିଦାର ପରିଷଦର କାର୍ଯ୍ୟ ଓ ଉଦ୍ଦେଶ୍ୟ ଉପରେ ବିଷଦ ଆଲୋପାତ କରି ପ୍ରତ୍ୟେକ ବରିଷ୍ଠ ନାଗରିକ ସେବା କାର୍ଯ୍ୟରେ ସମର୍ପିତ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଉପଦେଷ୍ଟା ଭଗବତ ପ୍ରସାଦ ନନ୍ଦ, ବରିଷ୍ଠ ନାଗରିକ ମହାସଂଘ ସଭାପତି ଟହଲୁ ସାହୁ, ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅମୂଲ୍ୟ କୁମାର ପତି, କୋଷାଧ୍ୟକ୍ଷ କେଦାରନାଥ ମହାପାତ୍ର, ଉପସଭାପତି ସଦାନନ୍ଦ ସାନବଡ, ଜୋନାଲ ସମ୍ପାଦକ ନାରାୟଣ ନାଏକ, ଗୌରୀଶ୍ୟାମ ପଣ୍ଡା, ଭଗବାନ ମିଶ୍ର, ଅଖିଳ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଆଚାର୍ଯ୍ୟ, ଶରତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସମାବେଶରେ ଇନ୍ଦ୍ରମଣୀ ଦାସ, ଶମ୍ଭୁ ପ୍ରସାଦ ପଣ୍ଡା, ସନ୍ତୋଷ କୁମାର ଷଡଙ୍ଗୀ, ନିତ୍ୟାନନ୍ଦ ମାଝି, ଲକ୍ଷ୍ମଣ ଦାସ, ରହିନାରାୟଣ ତ୍ରିପାଠୀ, ରଘୁନାଥ ସାହୁ, ବିଘ୍ନରାଜ ପଣ୍ଡା, ପ୍ରଫୁଲ୍ଲ କୁମାର ରଥ, ବେଦବ୍ୟାସ ତ୍ରିପାଠୀ, ବ୍ୟୋମକେଶ ଦାସ, ସନ୍ତୋଷ କୁମାର ପାଢୀ, କୃପାସିନ୍ଧୁ ପାଣିଗ୍ରାହୀ, ଶିବନାରାୟଣ ମିଶ୍ର, ହରିହର ଶତପଥି, ଧ୍ରୁବରାଜ ବାରିକ,ଶ୍ୟାମସୁନ୍ଦର ଅଗ୍ରୱାଲ, ଦିନବନ୍ଧୁ ଦାନୀ, ପିତାମ୍ବର ସାମନ୍ତରାୟ, ସତ୍ୟନାରାୟଣ ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଂଘ ସହ ସମ୍ପାଦକ ଡ.ଜ୍ୟୋତିରଞ୍ଜନ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here