ଧର୍ମଗଡ଼(ଓବି ନ୍ୟୁଜ)(ବରଦା ପ୍ରସନ୍ନ ନାୟକ): ଧର୍ମଗଡ଼ ରାସ୍ତାରେ ପ୍ରତ୍ୟେହ ସନ୍ଧ୍ୟା ହେଲେ ବିଭିନ୍ନ ଛକ ଜାଗାମାନଙ୍କରେ ଗାଇଗୋରୁ ଠିଆ ହୋଇ ରହୁଛନ୍ତି । ଯାହା ଫଳରେ ରାସ୍ତାରେ ଯିବା ଆସିବା କରିବା ଅସମ୍ଭବ ହୋଇପଡ଼ୁଛି । ଯାହାଦ୍ୱାରା ଛୋଟବଡ଼ ଦୁର୍ଘଟଣାରେ ମଧ୍ୟ ଶିକାର ହେଉଛନ୍ତି । ଯେଉଁମାନେ ଗାଇ ରଖୁଛନ୍ତି ସେମାନେ ଗାଇକୁ ବାହାରେ ବୁଲିବାକୁ ଛାଡ଼ି ଦେଉଛନ୍ତି । ସେମାନେ ବୁଲି କରି ଆସିଲେ ଘରେ କ୍ଷୀର ଦୁହିଁ ସାରି ପୁଣି ଗାଇକୁ ଛାଡ଼ି ଦେଉଛନ୍ତି । ବିଭିନ୍ନ ଜାଗାମାନଙ୍କରେ ଠିଆ ହୋଇ ରହିବା ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି । ଏ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ କିଛି ପଦକ୍ଷେପ ମଧ୍ୟ ନେଇନାହିଁ । ଯାହାଦ୍ୱାରା ଜନମାନସରେ ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।