ଗ୍ରାମ ମୁଖ୍ୟରାସ୍ତା ପାଲଟିଛି ମରଣଯନ୍ତା

0
50

କୁକୁଡ଼ାଖଣ୍ଡି(ଓବି ନ୍ୟୁଜ)(ହିମାଂଶୁ ପାଢ଼ୀ): କୁକୁଡ଼ାଖଣ୍ଡି ବ୍ଲକ ମସିହାଖାଲି ଗ୍ରାମର ମୁଖ୍ୟରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି । ଆଙ୍କୁଶପୁରଠାରୁ ମସିହାଖାଲି, ପ୍ରତାପକୃଷ୍ଣଚନ୍ଦ୍ରପୁର ଗ୍ରାମକୁ ସଂଯୋଗ କରୁଥିବା ୪ କିମି ବ୍ୟାପୀ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିବା ଯୋଗୁଁ ଉକ୍ତ ପଂଚାୟତବାସୀ ବହୁ ଅସୁବିଧାର ସମ୍ମୁଖିନ ହେୁଛନ୍ତି । ଉକ୍ତ ରାସ୍ତାରେ ଓମଫେଡ଼ କମ୍ପାନୀ ଓ ଦମକଳକେନ୍ଦ୍ର ମଧ୍ୟ ରହିଛି । ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ଉକ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ବାହାରିଥିଲେ ମଧ୍ୟ ରାଜନୈତିକ କାରଣରୁ ଟେଣ୍ଡର କରାଯାଇନାହିଁ । ଆଗାମୀ ଦିନରେ ଯଦି ରାସ୍ତା ସମ୍ପୂର୍ଣ୍ଣ ଭାବେ ମରାମତି ନହେଲେ ସରପଂଚ ସଜନୀ ମହାରଣା, ଲକ୍ଷ୍ମୀନାରାୟଣ ମହାରଣା, ଅଜୟ ସାହୁ, ଦନାର୍ଦ୍ଦନ ପ୍ରଧାନ, ସୁଦାମ ପାତ୍ର, ଶିବରାମ ମହାରଣା, ସୀମାଂଚଳ ମହାରଣା ପ୍ରମୁଖ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here