ବ୍ରହ୍ମପୁର(ଓବି ନ୍ୟୁଜ): ମିଳିତ ମଂଚ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ର ଅନୁସାରେ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ଠାରେ ମିଳିତ ମଂଚ ପକ୍ଷରୁ ବିଶାଳ ଗଣଧାରଣା କରାଯାଇଥିଲା । ଧାରଣାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ରାଜ୍ୟର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଦକ୍ଷିଣାଂଚଳ ଜୋନର କର୍ମକର୍ତା ଭାବେ ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ, ଉପସଭାପତି ଦୁର୍ଗାମାଧବ ଆଚାର୍ଯ୍ୟ, ପ୍ରଫୁଲ ପଟ୍ଟନାୟକ ପ୍ରମୁଖ ଧାରଣାର ନେତୃତ୍ୱ ନେଇ ପ୍ରତିବାଦର ସ୍ୱର ଉତୋଳନ କରିଥିଲେ । ସମସ୍ତ ସହଯୋଗୀ ସଙ୍ଗଠନର କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ । ଅବସର କର୍ମଚାରୀ ଭାବେ ବିଶ୍ୱନାଥ ପାଢ଼ୀ, ପ୍ରଭାତ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭାଗ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୦୦ ପ୍ରତିଶତ ଏବଂ ଚାକିରିରେ ଥିବା କର୍ମଚାରୀଙ୍କୁ ୪୦ ପ୍ରତିଶତ ୱେଜ ଏରିଅର ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ରାଜ୍ୟ ସରକାରର ସମସ୍ତ ବିଭାଗ ଏବଂ ଓପିଟିସିଏଲ ଗ୍ରୀଡ଼କୋ ଏବଂ ଓଇଆରସି ଦୀର୍ଘଦିନ ହେବ ୪୦ ପ୍ରତିଶତ ବକେୟା ପାଇଥିବାବେଳେ ପ୍ରତିଶ୍ରୁତି ଖିଲାପ କରି ପେନସନଧାରୀଙ୍କୁ ୨୫ ପ୍ରତିଶତ ଏବଂ ଚାକିରିରେ ଥିବା କର୍ମଚାରୀଙ୍କୁ ୨୦ ପ୍ରତିଶତ ବିତରଣ କମ୍ପାନୀ କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବ ଭଳି ନୀତି ଆପଣାଯାଇଛି । ଏହାକୁ ବିରୋଧ କରି ସାରା ରାଜ୍ୟରେ ବିଭିନ୍ନ ପ୍ରାନ୍ତରରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ତତସହିତ ଠିକା କର୍ମଚାରୀଙ୍କୁ ନିୟମିତ କରିବା, ଟେକ୍ନିକାଲ ଓ କ୍ଲୋରିକାଲ ଗ୍ରେଡ ପେ ଉପରେ ତାରତମ୍ୟ, ମୃତକଙ୍କ ପରିବାରର ଉତରାଧିକାରୀଙ୍କୁ ସ୍ଥାୟୀ ଚାକିରି, ଖାଲିଥିବା ପଦବୀ ପୂରଣ କରିବା, ୟାର୍ଡ଼ଷ୍ଟିକ ଅନୁସାରେ ସମସ୍ତ ପଦବୀ ପୂରଣ ଇତ୍ୟାଦି ପ୍ରମୁଖ ଅତ୍ୟାବଶ୍ୟକୀୟ ଦାବି ଉପରେ ଅସନ୍ତୋଷର ସ୍ୱର ତୀବ୍ରତର ହୋଇଥିଲା । ତୁରନ୍ତ ଏ ଦିଗରେ ବିଭାଗ ପଦକ୍ଷେପ ନନେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ କରାଯିବା ସହ ଆଇନ ପରିସ୍ଥିତି ଉପୁଜିବ ବୋଲି ମଂଚ ପକ୍ଷରୁ ଚେତାବନୀ ଦେଇଛନ୍ତି ଶ୍ରୀ ମହାପାତ୍ର । ଧାରଣାକୁ ପରିଚାଳନା କରିଥିଲେ ସର୍କଲ ସମ୍ପାଦକ କ୍ଷୀରୋଦ କୁମାର ସେଠୀ, ଗୋପିନାଥ ରାଉତ, ମହେନ୍ଦ୍ରନାଥ, ଦିଲ୍ଲୀପ ପ୍ରଧାନ, ଲିଲେନ ସେଠୀ, ପ୍ରତାପ ଛାଟୋଇ ଏବଂ ସରୋଜ ଆଚାରୀ, ସଂଜୀବ ଜେନା, ଜିତେଶ ମହାପାତ୍ର, ଚନ୍ଦନ ଦାସ, ବିଜୟ ରାଉଳ, ଅଜୟ ପାଣିଗ୍ରାହୀ, ବିପିନ ବିହାରୀ ସେଠୀ, ଟି.ଆପ୍ପା ରାଓ, ଦେବାନନ୍ଦ ଧଳ, ଅରୁଣ ରାଉତ,ବିବେକ ବେହେରା, ଭୀମା ରେଡ୍ଡି, ଶିବଶଙ୍କର ସେଠୀ, ଭାସ୍କର ସ୍ୱାମୀ, ଉତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।