ମାନବ ଅଧିକାରୀ ସୁରକ୍ଷା ମଂଚର ୯୬ତମ ଘଂଟ ଯାତ୍ରା, ଆରଡ଼ିସିଙ୍କୁ ସ୍ମାରକ ପତ୍ର ପ୍ରଦାନ

0
45

ବ୍ରହ୍ମପୁର(ଓବି ନ୍ୟୁଜ)(ଅମର ଦାଶ): ଶିକ୍ଷା, ସ୍ୱାସ୍ଥ୍ୟ ଘରୋଇ ଅନୁଷ୍ଠାନରେ ପେ ବିଲ୍ ଜରିଆରେ ଉପଲବ୍ଧ ସେବାର ସରକାର ବିହନ କରିବା ଦାବି ନେି ୯୬ତମ ଘଂଟଯାତ୍ରା ଓ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୦୧୪ ମସିହାରୁ କେନ୍ଦ୍ରରେ ଆପଣଙ୍କ ସରକାର ଶାସନ କରିଥିଲେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ରେଳବାଇ, ଦୂରସଂଚାର ଆଦି ସେବାମୂଳକ କ୍ଷେତ୍ରରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାର୍ହି । ବରଂ ୨୦୧୪ ମସିହାରୁ ଆପଣ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପାଳନ କରାନଯିବା ଜନତାଙ୍କୁ ଅଧିକ ମର୍ମାହତ କରିଛି । ୨୦୧୯ ଚଳିତ ବଜେଟରେ ମଧ୍ୟ ତାର ପ୍ରତିଛବି ପୁନରାବୃତି ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ସେବାମୂଳକ କ୍ଷେତ୍ର ପାଇଁ ବଜେଟରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ସେବାମୂଳକ କ୍ଷେତ୍ର ଗୁଡ଼ିକରେ ପିପିପି ଓ ଏଫଡ଼ିଆଇ ମାଧ୍ୟମରେ ବିଭିନ୍ନ ଦେଶୀୟ ଆନ୍ତଜାତୀୟ ପୁଞ୍ଜିପତିଙ୍କ୍ୁ ସନ୍ତୁଷ୍ଟ କରିବା ଲାଗି ଆପଣ ଦ୍ୱା ଉନ୍ମକ୍ତ କରିଛନ୍ତି । ଯଦ୍ୱାରା ଲୋକଙ୍କ ରାଜସ୍ୱରେ ଗଢି ଉଠିଥିବା ରାଷ୍ଟ୍ରୟ ସଂପତି ବିପଦଗ୍ରସ୍ତ ହେବାରେ ଲାଗିଛି । ଶିକ୍ଷା ଅଧିକାର ଆଇନ ୨୦୦୯ ଓ ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଅନୁଯାୟୀ ଦେଶରେ ନେତାଙ୍କ ଶିକ୍ଷା ସ ସ୍ୱାସ୍ଥ୍ୟ ଖର୍ଚ୍ଚର ଭରଣା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବା କଥା କିନ୍ତୁ ଭିତିଭୂମିର ଅଭାବରୁ କୌଣସି ସରକାରୀ ସଂସ୍ଥା ଏହି ନୀତି ଆଇନକୁ ପାଳନ କରୁନାହାନ୍ତି ବା ଘରୋଇ ଶିକ୍ଷାନୁଷ୍ଠାନ ଏବଂ ଘରୋଇ ହସପିଟାଲ ମାଲିକ ମାନଙ୍କୁ ଲାଭ ଦେବା ଉଦ୍ଦେଶ୍ୟରେ ଉଭୟ ରାଜ୍ର ଓ କେନ୍ଦ୍ର ସରକାର ଏହି ନୀତି ଆଇନକୁ କାର୍ଯ୍ୟକାରୀ କରିବାରେ ଆଗ୍ରହ ଦେଖାଉନାହାନ୍ତି । ଯାହାଫଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସାଧାରଣ ନିମ୍ନ ମଧ୍ୟବିତ ପରିବାରର ଗରିବ ନିମ୍ନରେଖା ତଳକୁ ଠେଲିହୋଇଯାଉଛି । ତେଣୁ ଏଥିରୁ ବର୍ତିବା ପାଇଁ ଘରୋଇ ସଂସ୍ଥା ମାନଙ୍କରେ ସେବା ଉପଲବ୍ଧ ପରେ ପେ ମାଇ ବିଲ୍ ଜରିଆରେ ସରକାରଙ୍କ ଦ୍ୱାରା ସେହି ଖର୍ଚ୍ଚ ଭରଣ କରାଯାଉ । ଜନତାଙ୍କୁ ସଂପୂର୍ଣ୍ଣ ଭାବେ ମାଗଣାରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାଥମିକ କର୍ତବ୍ୟ ଅଟେ । ଏହା ଅନେକଙ୍କ ପାଖରେ ଅହପଂଚ ହୋଇଥିବାରୁ ନାଗରିକମାନେ ଖର୍ଚ୍ଚ କରିବାକୁ ବାଧ୍ୟ ବାଧ୍ୟ ହେଉଥିବା ଦେୟକୁ ତାଙ୍କୁ ପେ ମାଇ ବିଲ୍ ଜରିଆରେ ଫେରସ୍ତ ଦିଆଯାଉ । ଏହି ସବୁ ଦାବି ନେଇ ଆଜି ଦକ୍ଷିଣାଂଚଳ ରାଜସ୍ୱ କମିଶନର ବ୍ରହ୍ମପୁରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ସହ ଆରଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଂଟ ଯାତ୍ରା ସହ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ମାନବ ଅଧିକାର ସୁରକ୍ଷା ମଂଚର ଆବାହକ ଅବନୀ କୁମାର ଗୟାଙ୍କ ସମେତ ମହେଶ୍ୱର ବାନତ୍ୟା, ଲକ୍ଷ୍ମୀ ନାରାୟଣ ରାଉତ, ଆର୍. ସତ୍ୟ ନାରାୟଣ ରାଓ, ବିଭୂ ପ୍ରସାଦ ସାହୁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଚନ୍ଦନ କୁମାର ସାହୁ, ପି. ଗୁରୁନାତ ପାତ୍ର, ମାଗୁଣୀ ନାହାକ, ଏସ. ସୂର୍ଯ୍ୟ ନାରାୟଣ, ଗୌରୀ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here